Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Comedy Romance Tragedy

3  

Lalita Mohan Dash

Comedy Romance Tragedy

କେନ୍ଦ୍ର ବିନ୍ଦୁ (ମୋ ମାଆ)

କେନ୍ଦ୍ର ବିନ୍ଦୁ (ମୋ ମାଆ)

1 min
194



ସୌର ମଣ୍ଡଳର କେନ୍ଦ୍ରବିନ୍ଦୁ ତୁହି

  ଆମେ ସବୁ ଗ୍ରହପୁଞ୍ଜ 

ତୋହରି ଆଲୋକେ ଆଲୋକିତ ଆମେ

  ତୁ ଆମ ସକାଳ ସଞ୍ଜ ।


ତୋ ପଣତ କାନି ସୁରକ୍ଷା କବଚ

  ଅଟେ ସନ୍ତାନଙ୍କ ପାଇଁ ।

ବଚନ ତୋହର ପ୍ରାଣ ସଞ୍ଜିବନୀ

  ଜୀବନ ସଞ୍ଚାର ପାଇଁ ।


ଆକାଶର ସମ ବିଶାଳ ହୃଦେ ତୋ

  ଆମେ ସବୁ ତାରା ଫୁଲ  

ଅମା ଅନ୍ଧକାରେ ପୂନେଇଁ ଜହ୍ନ ତୁ

  କିଏ ହେବ ତୋର ତୁଲ ।


ତୋ ସଂସ୍କାରେ ଗଢା ଆମରି ଜୀବନ

  ଅଟୁ ତୁ ଆନନ୍ଦମୟୀ  

ଗୀତା ଭାଗବତ ଅଟେ ନିରର୍ଥକ

  ତୋ ଆଦର୍ଶେ ଥିଲେ ରହି ।


ସୁଖର ଅମୃତ ବାଣ୍ଟୁ ଥାଉ ତୁହି

  କୋହ ଚାପି ହୃଦୟରେ 

ଆମରି ସୁଖରେ ସ୍ୱର୍ଗ ସୁଖ ଲଭୁ

  ଲୋତକ ଢାଳୁ ଦୁଃଖରେ ।


ମମତାର ଅଟୁ ଅଥଳ ସାଗର

  ପୁଷ୍ପ ଠୁଁ କୋମଳ ମନ  

ତୋ ଆତ୍ମା ବନ୍ଧନେ ବନ୍ଧା ସବୁ ଆମେ

  ପରଶେ ମହକେ ପ୍ରାଣ ।


ସରଗ ସମାନ ହୋଇଥାଏ ଘର

  ତୋର ସ୍ନେହ ଶ୍ରଦ୍ଧା ପାଇଁ  

ଗୃହ ମନ୍ଦିରର ଚିର ବନ୍ଦନୀୟା

  ଦେବୀ ତୋ ତୁଳନା ନାହିଁ ।



Rate this content
Log in

Similar oriya poem from Comedy