STORYMIRROR

pranati Mahapatra

Children

3  

pranati Mahapatra

Children

କେମିତି ପାଳିବା

କେମିତି ପାଳିବା

1 min
38


କି ଲାଭ ଏ ବହୁ ଆଡ଼ମ୍ବରେ

ପୁଣି ଏତେ ସାଜସଜ୍ଜା,

ଗଣ୍ୟମାନ୍ୟ ବ୍ୟକ୍ତି ବଡ଼ବଡିଆ ତ

ଉତ୍ତୋଳନ କରିବେ ଧ୍ଵଜା।


ମାସେ ଦୁଇମାସ ଆଗୁ ହୁଏ

ଏହାର ପୂର୍ବ ପ୍ରସ୍ତୁତି,

ସାଂସ୍କୃତିକ କାର୍ଯ୍ୟକ୍ରମ ସାଥେ

ହୁଏ ଏ ପାଳନ ପୂର୍ତ୍ତି।


ଅନ୍ତରର ଗଭୀର ପ୍ରଦେଶୁ

ଶୁଣ ଭାରତୀ ବ୍ୟଥା,

ହସୁଛି ନା କାନ୍ଦୁଛି ବାହୁନି ସିଏ

ବଖାଣୁଛି ତା ଦରଦ ଗାଥା।


ବାପୁ ରାମରାଜ୍ୟ ସ୍ଵପ୍ନ ଗୋଟିଏ 

ଦିନେ କି ହୁଏ ପୂରଣ,

ସତ୍ୟ ଶାନ୍ତି ଅହିଂସା ଧୈର୍ଯ୍ୟ ବାରତା

ଝଣ୍ଡା କରୁଛି ବଖାଣ।


କୁନି କୁନି କଣ୍ଠେ ନିନାଦିତ ହୁଏ

ବନ୍ଦେ ଉତ୍କଳ ଜନନୀ,

ଧରା ଜନନୀଙ୍କ କ୍ରନ୍ଦନ ରୋଳେ

ଶାନ୍ତିରେ ଅଛି କି ଧରଣୀ।


ଫରଫର ଝଣ୍ଡା ଉଡଇ ତ ଦେଖ

ପଲ୍ଲୀରୁ ଯେ ଦିଲ୍ଲୀ,

ସମ୍ବିଧାନ ତ ନୀରବ ରହିଛି

ଚାରିଆଡେ ଶୁଭେ ମଲି ମଲି।


କେମିତି ପାଳିବା କେଉଁଠି ପାଳିବା

ସ୍ଵାଧୀନତା ଦିବସ,

ଚୋରେଇ ନେଇଛି ସଭିଙ୍କ ମୁଖରୁ

କିଏ ଆତ୍ମୀୟତାର ହସ।

କେମିତି ପାଳିବା ସ୍ଵାଧୀନତା ଦିବସ 

ଅବା ଗଣତନ୍ତ୍ର ଦିବସ।



Rate this content
Log in

Similar oriya poem from Children