କେମିତି ବାଦ ଦେବି କହିଲୁ
କେମିତି ବାଦ ଦେବି କହିଲୁ
ଜ୍ୟୋତ୍ସ୍ନାର ସଫେଦତା
ମୋ ହୃଦୟର ସାଦା କାଗଜରେ ।
କିଆଁ ଲେଖିଦେଲୁ ତୋ ନାଆ।
କେଉଁ ସ୍ୟାହିରେ ଲେଖିଲୁ ଯେ
କାଗଜ ଆଜି ଲୋଚା କଚ୍ଚା ।
ହେଲେ ଲେଖା, ଅଲିଭା, ଚିର ଜାଜ୍ଜଲ୍ୟ ।
କେମିତି ବାଦ ଦେବି କହିଲୁ ?
ସେ ପରା ମିଶି ସାରିଛି
ମୋ ଆତ୍ମାରେ
ଆତ୍ମାକୁ କ'ଣ ବାଦ ଦେଇ ହେବ ?
ଆତ୍ମା ଵିନା ମୁଁ କ'ଣ 'ମୁଁ ' ହୋଇ ଥିବି
ନା, ତୋତେ ଭଲ ପାଉଥିବି ।

