STORYMIRROR

Neelima Nivedita Behera

Tragedy

2  

Neelima Nivedita Behera

Tragedy

କେହିଜଣେ ଆସିବାର ଅଛି

କେହିଜଣେ ଆସିବାର ଅଛି

1 min
13.7K


କେହିଜଣେ ଆସିବାର ଅଛି ବୋଲି

ବିଞ୍ଚିଥିଲି ତାରା ଫୁଲ,

ସଞ୍ଜ ଆଗମନେ....

କେହିଜଣେ ଆସିବାର ଅଛି ବୋଲି

ନାଲି ରଙ୍ଗ ଥାପିଥିଲି,

ପଶ୍ଚିମ ଆକାଶେ....

କେହିଜଣେ ଆସିବାର ଅଛି ବୋଲି

ନିଜେ ନଦୀ ହେଇ

ବୋହୁଥିଲି ପବନର ସାଙ୍ଗେ....


ହେଲେ.... କେହି ଆସିଲେନି, ହଁ କେହି ଆସିଲେନି ।


ଆସିଲାନି ମଝି ରାତିରେ କରେଣ୍ଟ୍ କଟିବାର ଭୟ

ପହଞ୍ଚିଲାନି ନିସଙ୍ଗତାର ନିରିମାଖୀ ନିଷ୍ଠୁର ମଳୟ

ଦିଶୁନଥିଲା ନିରାଶାର ନିଶୂନ ସୌମ୍ୟ ଦିଗବଳୟ

ଶୁଭୁନଥିଲା ବି କେହିଜଣେ ଆସିବାର ମିଛ ଆଳ ।


କେହିଜଣେ ଆସିବାର ଅଛି ବୋଲି

ଫିକର କରି ଯେତେ ନିଜକୁ ବୁଝାଇଲେ ସୁଦ୍ଧା


କେହି ଆସିଲେନି.... ମୁଁ ଥିଲି ମୋ ସହ,

ଚାରିପାଖେ ଘେରିଥିଲା

କେବଳ

ଜୀବନ କୁହୁଡ଼ି ଓପ୍ରେମର ବଳୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy