କେହି ରହିନାହିଁ
କେହି ରହିନାହିଁ
କେହି ରହିନାହିଁ ରହିବେ ନାହିଁ ଏ
ଭଵ ରଙ୍ଗ ଭୂମି ତଳେ
ସର୍ବେ ବାହୁଡିବେ ଅଭିନୟ ସାରି
ସମୟର ସ୍ନିଗ୍ଧ କୋଳେ ।
ନଶ୍ୱର ଶରୀର ଲୋଟିବ ମାଟିରେ
ପିଣ୍ଡୁ ଯେବେ ପ୍ରାଣ ଯିବ
ଉଡିଯିବ ପକ୍ଷୀ କାହିଁ କେତେ ଦୂର
ନବ ଘଟେ ହେବ ଠାବ ।
ସୁ କରମେ ଆତ୍ମା ଲିପ୍ତ ଥାଏ ସଦା
ପାଳି ଧରମର ବିଧି
ଉତ୍ତମ ଯୋନିରେ ପୁନର୍ଜନ୍ମ ଲଭେ
ଲୁପ୍ତ କରି ଭଵ ବ୍ୟାଧି ।
ଅପକର୍ମେ ଆତ୍ମା ସଦା ହୁଏ ରତ
ଲଙ୍ଘି ସୀମା ସରହଦ
ଦାନ ଧର୍ମ ନୀତି ତାର ପାଇଁ ଭ୍ରାନ୍ତି
ନର୍କେ କୁଣ୍ଡେ ଭୋଗେ ଦୁଃଖ ।
ଦୁର୍ଲ୍ଲଭ ଜନମ ବିଧାତାଙ୍କ ଦାନ
କେତେ ପୁଣ୍ୟ କର୍ମ ବଳେ
ଆତ୍ମସ୍ୱାଥୀ ନର ସଦା ସୁ ଚତୁର
ରହେ ଅଜ୍ଞାନତା କୋ
ଳେ ।
ବିଚାର କ୍ଷମତା ରିକ୍ତ ତାର ପାଖେ
ମିଛ ବନ୍ଧନରେ ବୁଡି
ଅଧର୍ମର ପଥ ନିଜ ପାଇଁ ଗାତ
ଖୋଳେ ହରିନାମ ହୁଡ଼ି ।
ଯଶ ମାନ ସୁରା ଧନ ସୁତ ଦାରା
ତାର ପ୍ରିୟତମ ବନ୍ଧୁ
ଭୁଲି ଯାଏ ସଦା ଅଜ୍ଞାନୀ ମାନବ
ଗୁରୁ ନାମ କୃପା ବିନ୍ଦୁ ।
ଯେତେ ବେଳେ କେହି ନଥିବେ ତା ପାଖେ
ସେତେ ବେଳେ ଥିବେ ଗୁରୁ
ସର୍ଵ ଲବ୍ଧ ପରେ ପର ପାଲଟନ୍ତି
ହରି ନାମ ହୁଏ ମରୁ ।
ଅଦିନ ଅକାଳ ଶୂନ୍ୟ ଯେତେବେଳେ
ସେତେବେଳେ ଥିବେ ହରି
ମହା ବିପାକରୁ କରନ୍ତି ଉଦ୍ଧାର
କରୁଣାର ପାତ୍ର ଭରି ।
ଗୁରୁନାମ ଲାଞ୍ଜ ତେଜିଲେ ଅଖଞ୍ଜ
ହେବ ତୋର ତନୁ ମନ
ପ୍ରାଣ ପକ୍ଷୀ ସଦା ବିଳପି ଉଠିବ
ନିରାଶେ ବିତିବ ଦିନ ।