କେଡେ ସୁନ୍ଦର ସେ ମୋ ଦେଶ
କେଡେ ସୁନ୍ଦର ସେ ମୋ ଦେଶ
ଯା ବକ୍ଷରୁ ବହେ ପୂଣ୍ଯ ବୈତରଣୀ
ସ୍ନାନରତେ ମନ ଅଧ୍ୟାତ୍ମ ରୋଷଣୀ
ଆହା କି କୁହୁକ ସ୍ପର୍ଶ ,
କେଡେ ସୁନ୍ଦର ସେ ମୋ ଦେଶ l
ଯା ବକ୍ଷେ ଜନମ ଗାନ୍ଧୀ ଗୋପବନ୍ଧୁ
ସ୍ଵରାଜେ ତ୍ୟାଗିଲେ ପ୍ରତିରକ୍ତ ବିନ୍ଦୁ
ଧନ୍ଯ ହେ ଦିବ୍ୟ ପୁରୁଷ
କେଡେ ସୁନ୍ଦର ସେ ମୋ ଦେଶ l
ଯେଉଁଠାରୁ ଶୁଭେ ଗୀତା ଭାଗବତ
ଦୁଃଖୀ ମନ ପଢି କ୍ଷଣେ ଆହ୍ଲାଦିତ
ଆହା କି ଅମୃତ ରସ
କେଡେ ସୁନ୍ଦର ସେ ମୋ ଦେଶ l
ଯାର ଉତ୍ତରରେ ଶୋଭେ ହିମାଳୟ
ଚମକେ କାଶ୍ମୀର ଚୋରାଏ ହୃଦୟ
ଅପରୂପ ଆହା ବେଶ
କେଡେ ସୁନ୍ଦର ସେ ମୋ ଦେଶ l
ଯା ମାଟି ଠାକୁର ଜଗତରନାଥ
ବିଶ୍ବ ପ୍ରାଣେ ସିଏ ଭକ୍ତିରେ ପୂଜିତ
ଅହୋଲୀଳା ଅହର୍ନିଶ
କେଡେ ସୁନ୍ଦର ସେ ମୋ ଦେଶ l
ଯା ମାଟିର କନ୍ଯା କଳ୍ପନା ଇନ୍ଦିରା
କିର୍ତ୍ତୀ କୋଣାରକେ ଖଣ୍ଡେ ଖଣ୍ଡେ ହୀରା
ଅରଜିଲେ ପୂଣ୍ଯ ଯଶ
କେଡେ ସୁନ୍ଦର ସେ ମୋ ଦେଶ l
ଯାର ଶୀର ଉଚ୍ଚ କଲେ ବୀର ଗଣ
ପଣ୍ଡ କଲେ ଷଡଯନ୍ତ୍ର ପଣ ପଣ
ହୋଇଲେ ହୃଦ ମଣିଷ,
କେଡେ ସୁନ୍ଦର ସେ ମୋ ଦେଶ l
କହୁଥିଲେ କଥା ଅସରନ୍ତି ଜାଣ
ଏ ମାଟି ପ୍ରେରଣା ବିଶ୍ବେ ହୃଦେ ପ୍ରାଣ
ଗର୍ବେ ମୁହେଁ ନିତ୍ଯ ହସ
କେଡେ ସୁନ୍ଦର ମୋ ଦେଶ
ପ୍ରଣାମ ଭାରତ ବର୍ଷ l