STORYMIRROR

Manas Badajena

Classics

3  

Manas Badajena

Classics

ମୋ ମା

ମୋ ମା

1 min
297

ଦେଖି ଉଠଇ, ତାହାରି ମୁହଁ,

ଲୁଚାଈ ନିଏ, ମୋହରି ଲୁହ,

ଘୋଡାଇ ରଖେ ସେ, ସବୁ ବତାସେ

ମା ବିନା କିଏ

         ତୁମେ ହିଁ କୁହ


ନୂଆ ଠୁକୁ ଠୁକୁ ଚାଲି,

ଡାକେ ବାୟା ସୁନା ବୋଲି,

ଯୁଗ ବିତି ପୁଅ, ହେଲାଣୀ ପୁରୁଷ

ତଥାପି ଡାକୁଛି ସେ

          ପୁଣି ଡାକିବ କାଲି


ପେଟରୁ କାଟି, ତୁ ଦେଇଛୁ,

ବାହୁରେ ବଳ, ତୁ ଦେଇଛୁ,

ସ୍ନେହ ତୋହରି, ଧ୍ରୁବ ସତ୍ୟ ସମ

ଦେବୀ ରୂପେ ସଦା

           ତୁ ଅନ୍ତରେ ଅଛୁ


ତୋହରି ପାଦ, ଧୁଆ ପାଣି,

ଗଙ୍ଗା ସମ, ପାଦୁକ ମଣୀ,

ଆକଂଠ କରି, ହୋଇ ସେବାରେ ବ୍ରତୀ

ଯେତେ ସୁଝିଲେ ବି

          ମୁଁ ରହିବି ରୁଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manas Badajena

ମୋ ମା

ମୋ ମା

1 min ପଢ଼ନ୍ତୁ

Similar oriya poem from Classics