ମୋ ମା
ମୋ ମା
ଦେଖି ଉଠଇ, ତାହାରି ମୁହଁ,
ଲୁଚାଈ ନିଏ, ମୋହରି ଲୁହ,
ଘୋଡାଇ ରଖେ ସେ, ସବୁ ବତାସେ
ମା ବିନା କିଏ
ତୁମେ ହିଁ କୁହ
ନୂଆ ଠୁକୁ ଠୁକୁ ଚାଲି,
ଡାକେ ବାୟା ସୁନା ବୋଲି,
ଯୁଗ ବିତି ପୁଅ, ହେଲାଣୀ ପୁରୁଷ
ତଥାପି ଡାକୁଛି ସେ
ପୁଣି ଡାକିବ କାଲି
ପେଟରୁ କାଟି, ତୁ ଦେଇଛୁ,
ବାହୁରେ ବଳ, ତୁ ଦେଇଛୁ,
ସ୍ନେହ ତୋହରି, ଧ୍ରୁବ ସତ୍ୟ ସମ
ଦେବୀ ରୂପେ ସଦା
ତୁ ଅନ୍ତରେ ଅଛୁ
ତୋହରି ପାଦ, ଧୁଆ ପାଣି,
ଗଙ୍ଗା ସମ, ପାଦୁକ ମଣୀ,
ଆକଂଠ କରି, ହୋଇ ସେବାରେ ବ୍ରତୀ
ଯେତେ ସୁଝିଲେ ବି
ମୁଁ ରହିବି ରୁଣୀ
