STORYMIRROR

Ananya Anuska

Classics

3  

Ananya Anuska

Classics

ନାଉରୀ ରକ୍ତ ନଦୀର

ନାଉରୀ ରକ୍ତ ନଦୀର

1 min
433

ଅବନୀ ବକ୍ଷରୁ ଝରେ ବର୍ଷା ଧାରା

ଭେଦି କଳା ମେଘ ସ୍ତର,

ମୁକୁଳା ଦେହ ତା' ଲୁହେ ଭିଜି ଯାଏ

ପ୍ରକୃତି ମାଆ ଆଖିର


ଚଞ୍ଚଳା ଝଟକେ ଅନ୍ଧାର ଭିଡରେ

କରି ଆଲୋକ ସଞ୍ଚାର,

ଘାଟ ଜଗୁଆଳି ଏବେ ସଜାଗରେ

ଦେଖି ମୁହଁ ଫିରଙ୍ଗିର


ଶିତୁଆ ପବନେ ଶିତେଇ ଯାଉନି

କଅଁଳ ମାଂସ ଶରୀର,

ଟକମକ ଫୁଟି ଶୀଥିଳ ହେଉନି

ଉଷ୍ଣ ରକ୍ତ ତା ଦେହର


ନିସ୍ତବ୍ଧ ରାତିର ନୀରବତା ଭାଙ୍ଗି

କୂଳେ ଗୋରା ସରକାର,

ହୁକୁମେ କୃରତା ଧମକ ଦିଅଇ

କରିଦେ ରେ ନଈ ପାର


ପ୍ରଜା ମଣ୍ତଳର ଆଦେଶ ଯେ ନାହିଁ

ଶୁଭିଲା ପାଲଟା ସ୍ୱର,

ନିରୁପାୟ ଶତ୍ରୁ ଧରିଲା ବନ୍ଧୁକ

ଗୁଳିରେ ବହିଲା ଧାର


ଦୟା ତ୍ୟାଗି ଫୌଜ ଅଂହକାରେ କଲା

ମୁଣ୍ତରେ ଶକ୍ତ ପ୍ରହାର,

ତଥାପି ସିଂହ ଛୁଆ ସାହସେ ଡାକୁଛି

ଧାଇଁଆସ ଲୋକେ ଗାଁ ର


ନାଆ ନେଇଗଲେ ନଦୀର ମଝିକୁ

ବାରୁଦ ବର୍ଷାର ଡର,

ଛଅ ମୁଣ୍ତ ଗଡେ ପ୍ରତିରୋଧ କରି

ସେ ନିର୍ମମ ବନ୍ଧୁକର


ବ୍ରାହ୍ମଣୀ ସାଜିଲା ରକତର ନଦୀ

ଲାଲ୍ ରକ୍ତେ ବାଜିଆର,

ଗଡଜାତ ପାଇଁ ପ୍ରଥମ ସହିଦ

ନାଉରୀ ରକ୍ତ ନଦୀର


ବିଦେଶୀ ତିମିରେ ମୁକତି ସଳିତା

ବୀର ପୁତ୍ର ଜନନୀର,

ବାଜିଆର ଗାଥା ଏବେବି ଶୁଣାଏ

ଇତିହାସ ଏ ମାଟିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics