ସାଧକ ଆମେ
ସାଧକ ଆମେ
ସାଧନାର ପଥ କଠିନ ହେଲେ ବି
ଆମେରେ ଆଗେଇ ଯିବା,
ସାଧକ ଆମେରେ ସାଧନା କରିବା
ଦେଶ ତରୀ ବାହିନେବା
ଆମେ ସଭିଙ୍କୁ ହସାଉ ଥିବା । (୧)
ପ୍ରଶଂସାର ମୋହ ରଖିବାନି ଆମେ
କରିବା ନିଷ୍କାମ କର୍ମ,
ସମାଜର ସେବା ହେବ ଆମ ବ୍ରତ
ପାଳିବା ନିସ୍ୱାର୍ଥ ଧର୍ମ ।
ସାଧକ ଆମେରେ ସାଧନା କରିବା । (୨)
ଦୁର୍ନୀତି ବିରୁଦ୍ଧେ କରିବା ସଂଗ୍ରାମ
ଦୁର୍ନୀତି ହଟେଇ ଦେବା,
ଜନମ ଭୁଇଁର ମଙ୍ଗଳ ପାଇଁକି
ଜୀବନ ଅରପି ଦେବା ।
ସାଧକ ଆମେରେ ସାଧନା କରିବା । (୩)
