STORYMIRROR

Ananya Anuska

Abstract Romance

3  

Ananya Anuska

Abstract Romance

ଅଜଣା ଅଜଣା ଲାଗେ ମୋ ଚିହ୍ନା ସହର

ଅଜଣା ଅଜଣା ଲାଗେ ମୋ ଚିହ୍ନା ସହର

1 min
165


ଅଜଣା ଅଜଣା ଲାଗେ ମୋ ଚିହ୍ନା ସହର,

ଆପଣାର ହୋଇ ତୁମେ କଲ ଯେବେ ପର।(୦)


ବାଟେ ଯାଉ ଯାଉ ଯେବେ ଦେଖେ ତୁମ ଘର,

କରତରେ ଛାତି ସତେ ଚିରି ହୁଏ ମୋର।

ଜାଣି ଜାଣି ଭୁଲିଯାଏ ଗାଉଥିବା ଗୀତ,

ହାତ ଧରି ଦିନେ ଆମେ ବସିଥିଲେ ମିତ।

ସାଥି ହୋଇ ଗଣୁଥିଲେ ଗୋଲାପ ପାଖୁଡା,

ହୃଦୟ ମୋ କରିଦେଲ କାଗଜ ଟୁକୁଡା।

ମନେପଡେ ବିତି ଥିବା ଦିନ ଯେବେ ମୋର,

ଅଜାଣତେ ବହିଯାଏ ଅଶ୍ରୁ ଧାର ଧାର।

ଅଜଣା ଅଜଣା ଲାଗେ ....... (୧)


ରେଡିଓରେ ଶୁଣେ ଯେବେ ତୁମ କଣ୍ଠ ସ୍ୱର,

ଲାଗେ ସତେ ଧରା ଦିଏ ତାରା ଆକାଶର।

ଭିଜିଥିଲି ଦିନେ ତୁମ ପ୍ରେମ ବରଷାରେ,

ଆଜି ଭିଜେ ନିଜେ ନିଜ ଲୁହର ଧାରରେ।

ଅଦିନରେ ହୋଲି ଖେଳି ପୀରତି ଛୁଆଁରେ,

ଆଜି ରଙ୍ଗେଇଛି ନିଜ ଲହୁର ରଙ୍ଗରେ।

ସାରା ଦିନ ଆଙ୍କୁଥାଏ ଛବି ମୁଁ ତୁମର,

ତା' ସାଥେ ଗପି ଗପି ରାତି ପାହେ ମୋର।

ଅଜଣା ଅଜଣା ଲାଗେ....... (୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract