STORYMIRROR

Sucharita Parida

Classics

3  

Sucharita Parida

Classics

ପ୍ରତିବିମ୍ବ ତୋର ସବୁ କୁହେ

ପ୍ରତିବିମ୍ବ ତୋର ସବୁ କୁହେ

1 min
194

ନିଃଶଙ୍କ ତୁ ନିଃପ୍ରଭ ନୁହେଁ, 

       ନିଃକ୍ଷେଭ ତୁ ନିଃକ୍ଷିପ୍ତ ନୁହେଁ

ନାୟିକା ତୁ ନାରକୀ ନୁହେଁ, 

       ନିଧାନ ତୁ ନିଧନ ନୁହେଁ

ତୁ କ'ଣ, ତୁ ନ କହିଲେ ନାହିଁ, 

       ପ୍ରତିବିମ୍ବ ତୋର ସବୁ କହେ


ବସୁଧା କୁ ନାରୀ ସଜାଏ ଯିଏ, 

      ନାରୀ କୁ ସାହାରା ଲୋଡ଼ା ସେ କୁହେ

ଉପେକ୍ଷିତ କରି ଦୁନିଆ ଚାହେଁ, 

      ବିପ୍ଳବୀ ମନ ତୋ ଆକାଶ ଛୁଏଁ

ତୁ କ'ଣ, ତୁ ନ କହିଲେ ନାହିଁ, 

      ପ୍ରତିବିମ୍ବ ତୋର ସବୁ କହେ


ମୁକ୍ତ ଗଗନ ର ବିହଙ୍ଗ ଟିଏ, 

      ପ୍ରତିଯୋଗୀ ହୋଇ ନ ଉଡ଼ୁଥାଏ

ଶକ୍ତି ର ସ୍ରୋତ ଯେ ସ୍ବଦେହେ ବହେ, 

      ଶକ୍ତି ଅନ୍ବେଷଣେ ତୋ ରାତି ପାହେ

ତୁ କ'ଣ, ତୁ ନ କହିଲେ ନାହିଁ, 

      ପ୍ରତିବିମ୍ବ ତୋର ସବୁ କହେ


        


Rate this content
Log in

Similar oriya poem from Classics