STORYMIRROR

Sucharita Parida

Abstract

2  

Sucharita Parida

Abstract

ଚିଠି ଟିଏ

ଚିଠି ଟିଏ

1 min
295

ବୋଉ ତୁ ସତରେ ଭାରି ଦୁର୍ବଳ


କେଜାଣି କାହାକୁ ଏତେ ତୁ ଡରୁ,

କେଉଁ ସମ୍ମାନ କୁ ଅଣ୍ଟିରେ ଭରୁ

ସ୍ୱାଭିମାନ ତୋର ପଙ୍କରେ ଲୋଟେ,

ତୋ ପଛେ ପର କାନରେ ଛୁଟେ


ବୋଉ ତୁ ସତରେ ଭାରି ସରଳ


ସବୁ ଜାଣି ବି ତୁ ଅଜଣା ରହୁ,

ପରକୁ ଆପଣା ନିଇତି କହୁ

ସ୍ନେହ ବୋଳା କଥା ପଦିଏ ଶୁଣି,

ଦୋଷୀ କୁ ନିର୍ଦ୍ଦୋଷ ଯାଉ ତୁ ମଣି


ବୋଉ ତୁ ସତରେ ଭାରି ମିଛେଇ


ହସି ଦେଉ କୋହ ଛାତିରେ ରଖି,

ସବୁ ଲୁହର ତୋ ତକିଆ ସାକ୍ଷୀ

ସୁଖ ସଂସାର ର ଡାଏଲଗ୍ ମାରୁ,

ମିଛ ଅଭିନୟ କାହିଁକି କରୁ


ବୋଉ ତୁ ସତରେ ଭାରି ଠକେଇ


ମିଛ ଅଭିନୟେ ଥକି ପଡୁ଼ଛି,

ଦୁନିଆ ଉଦ୍ଧତ ନାରୀ କହୁଛି

ଦୁର୍ବଳତାରେ ତୋ ସାହାସ ଦେଇ,

କାହିଁ ଶିଖାଇଲୁ ହକ୍ ଲଢେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract