STORYMIRROR

Sucharita Parida

Others

3  

Sucharita Parida

Others

ଏଇ ବିତିଯାଇଥିବା ଦିନ ମାନଙ୍କରେ

ଏଇ ବିତିଯାଇଥିବା ଦିନ ମାନଙ୍କରେ

1 min
11.9K

ଏଇ ବିତିଥିବା ଦିନ ମାନଙ୍କରେ,

କାକଳିର ସ୍ବର ସ୍ପଷ୍ଟ, ଗାଡିର ହର୍ଣ୍ଣ୍ ଅସ୍ପଷ୍ଟ ;

ଶୂନ୍ ଶାନ୍ ଛକେ,କୁକୁରଙ୍କର ବସୁଥିଲା ହାଟ।

ଏଇ ବିତିଥିବା ଦିନ ମାନଙ୍କରେ

ଝରକା ଫାଙ୍କରେ, ଛାତ ଉପରେ ବିତୁଥିଲା ପ୍ରହର;

ମୁଖା ପିନ୍ଧା ମଣିଷ ପିଠିରେ ବି କେବେକେବେ ବାଜୁଥିଲା ପାହାର।

ଏଇ ବିତିଥିବା ଦିନ ମାନଙ୍କରେ

କେତେ ଗୁପ୍ ଚୁପ୍,କଫି ଆଉ ଲୁଡୁର ଜମୁଥିଲା ଆସର ;

ପୁଣି କେବେ ଟିଭି ନ୍ୟୁଜ୍ ଶୁଣି ଥରହର।

ଏଇ ବିତିଥିବା ଦିନ ମାନଙ୍କରେ

କିଏ ଚଟୁ, କିଏ ଝାଡ଼ୁ ଧରି ହେଉଥିଲେ ଚର୍ଚ୍ଚିତ;

ସତରେ ଭାରି ନିଆରା ଥିଲା, ଲକ୍ ଡାଉନ୍ ର ପ୍ରତ୍ୟେକ ମୁହୂର୍ତ୍ତ।


Rate this content
Log in