STORYMIRROR

Ranjan Kumar Brahma

Inspirational Others

5.0  

Ranjan Kumar Brahma

Inspirational Others

କେବେ କେବେ ଏମିତି ବି ହୁଏ

କେବେ କେବେ ଏମିତି ବି ହୁଏ

1 min
13.5K


କେବେ କେବେ ଏମିତି ବି ହୁଏ

ଛୋଟ ପିଲା ଅଜାଗାକୁ

ଲାତ ମାରିଲେ

କଷ୍ଟ ହେଲେ ବି

ହସିବାକୁ ହୁଏ

କେବେ କେବେ ଏମିତିବି ହୁଏ ।୧।

କେବେ କେବେ ଏମିତିବି ହୁଏ

ଭଲ କାମ କରି

ଭଲ ଚିନ୍ତା କରି

ଉପର କର୍ମଚାରୀଙ୍କ ଠାରୁ

ତିରସ୍କାର ପାଇଲେ

ଫ୍ଲାସ୍ ଖେଳର

ଟୀକା ପଟଟିକୁ ଧରି

ବ୍ଳାଇଂଣ୍ଡ ଖେଳିବାକୁ ହୁଏ ।୨।

ବେଳେ ବେଳେ ଏମିତିବି ହୁଏ

ଦୁନିଆର ପ୍ରତିଟିରେ

ନଇଁ ଓ ସହି

ମାଟିକୁ ଲାଗିଯିବା ପରେ ବି,

ଅଧିକା ଅନ୍ୟାୟ ଅତ୍ୟାଚାର ମାଡ଼ି ବସିଲେ

ମାଟିରେ ଆଉ ଦବି ନଯାଇ

ସେଠାରୁ ପୁଣି ଉଠିବାକୁ ହୁଏ ।

ବେଳେ ବେଳେ ଏମିତିବି ହୁଏ ।୩।

କେବେ କେବେ ଏମିତିବି ହୁଏ

ଦୁନିଆର ଅସାମାଜିକଙ୍କୁ

ସଜାଡିବାକୁ ହେଲେ

ନିଜକୁ ଶ୍ରୀଖଣ୍ଡି ସାଜିବାକୁ ହୁଏ ।୪।

ଅନ୍ୟକୁ ପରାସ୍ତ କରି

ନିଜେ ବଳବାନ ହେବାକୁ ନୁହେଁ ।

ବରଂ ସମାଜକୁ ସୁସ୍ଥ

ସୁନ୍ଦର ସଭ୍ୟ କରିବାକୁ କେବେ କେବେ

ଏମିତିବି କରିବାକୁ ହୁଏ ।୫।

ରଂଜନ କୁମାର ବ୍ରହ୍ମା

ଶିକ୍ଷକ- CRCC, ଚିକିଟୀଗଡ଼)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational