Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

କେବେ ଦମ୍ଭ ଆସିବ ଲଢିବାକୁ

କେବେ ଦମ୍ଭ ଆସିବ ଲଢିବାକୁ

1 min
137



ସଫଳତା ପାଇଁ ଲୋଡା 

ବୁଦ୍ଧି ଓ ବିବେକ,

ପୂର୍ବ ପ୍ରସ୍ତୁତି ଓ ଲକ୍ଷ୍ଯ ପଥ 

କରିବ ସଳଖ ।


ଲକ୍ଷ୍ଯ ପୂରଣ ନିମନ୍ତେ ପ୍ରସ୍ତୁତି 

ତ ଲୋଡା,

ଏହାର ଅଭାବେ ମରୀଚିକାରେ 

ହେବା ଛିଡା ।


ସମାଜରେ ଏମିତି ଅନେକ 

ମଣିଷ ଅଛନ୍ତି

ଖାଲି ଚିକ୍କଣିଆ କଥା କହି 

ମନକୁ ମୋହନ୍ତି ।


ଅନେକ ମନୁଷ୍ୟ ଉପରକୁ 

ଉଠନ୍ତି ସମାଜରେ  

ପକାଇ ଗୋଡକୁ ଅନ୍ଯ ମଣିଷ 

ପିଠି ଉପରେ ।


ପୁଂଜିପତି ହୁଅନ୍ତି, ଖଟିଖିଆଙ୍କର 

ଶ୍ରମ ଶୋଷଣରେ,

ଆହା ପଦେ ନାହିଁ, ଦୁଃସ୍ଥତାକୁ 

ଦେଖି ଚାଲନ୍ତି ଗର୍ବରେ ।


ଆମ ଦେଶରେ ଅଛନ୍ତି ଯେତେ 

ମଙ୍ଗୁଆଳ,

ବଡ କଥା, ଯୋଜନା କାଗଜେ, 

ଫାଟେ ଜନତା-କପାଳ ।


ଆଜିର ପୀଡ଼ା ସହିଲେ କାଲି 

ପାଇବା ନୂଆ ଜୀବନ 

ସଂଗ୍ରାମ କଲେ ମୁକ୍ତି ମିଳିବ 

ନରହିବ ଶୋଷଣ କଷଣ ।


ପ୍ରଶ୍ନ ଆସୁଛି ମନରେ କିଏ 

ବଦଳାଇବ ଏ ଧାରାକୁ

ମାନବର ମୁକ୍ତି ପାଇଁ କେବେ 

ଦମ୍ଭ ଆସିବ ଲଢିବାକୁ ।



Rate this content
Log in

Similar oriya poem from Abstract