STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

କବିତାର ଆରପାଖ - ୨୬

କବିତାର ଆରପାଖ - ୨୬

1 min
25.4K



ଆରମ୍ଭ କେଉଁଠୁ ହେବ

ଭାବିଲାବେଳକୁ ମୁଁ

ତରଳି ଗୋଟେ ରେଖା ହୋଇଗଲି।


ବେଳେବେଳେ ଆପାଦମସ୍ତକ

ହୋଇଯାଏ ଛାତି

ମରିବା ପୂର୍ବରୁ କାହିଁକି

ଛାଡିଦେବି ଦୁଃଖର ସମ୍ପଦ

ମୋ ସାମର୍ଥ୍ୟର ପ୍ରୀତି।

ପାଦ ଆଙ୍ଗୁଠିରେ ଖୋଳିଖୋଳି

ଗଢିଛି ମାନସରୋବର

କୋହରେ ପାହାଡ

ମୋ ଅସ୍ମିତାରୁ ପଦ୍ମ

ସ୍ପନ୍ଦନରୁ ଭ୍ରମର।


ମୁଁ କେମିତିକେମିତି

ଗୋଟେ ଡଙ୍ଗା ପାଲଟୁଛି

କେବେ ଟୋକେଇରେ ଭରି ସ୍ବପ୍ନ

ଡଙ୍ଗାରେ ଭରୁଛି।

ମୁଁ ଆଜିକାଲି

ମୋ ସାମ୍ନାରେ ମୋତେ ରଖି

ନିଜକୁ ଦେଖୁଛି

ଚିହ୍ନୁଛି ଗୋଟେ ଓଲଟା ବୃକ୍ଷ

ଧୀରେଧୀରେ କୋରଡ

କୋରଡରେ ଚକୋର

ଚକୋରର ଗୀତ

ଶେଷତମ ଶେଷର।


ଅମୃତର ବି ମୃତ୍ୟୁହୁଏ

ଅମୃତ ଜୀବନ

ଜୀବନର ଅନ୍ତ ହିଁ

ଅମୃତର ଗୁଣ।

ମୁଁ ଏ ଦୌଡର ଶେଷ ରେଖା

ଛୁଇଁବାକୁ ହାତ ବଢାଉଛି

ରେଖା ମୁଁ ପାଲଟୁଛି।


ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational