STORYMIRROR

Anil Kumar Parhi

Inspirational Others

3  

Anil Kumar Parhi

Inspirational Others

କବିତାର ଆରପାଖ - ୨୬

କବିତାର ଆରପାଖ - ୨୬

1 min
13.3K


ଆରମ୍ଭ କେଉଁଠୁ ହେବ

ଭାବିଲା ବେଳକୁ ମୁଁ

ତରଳି ଗୋଟେ ରେଖା ହୋଇଗଲି।

ବେଳେବେଳେ ଆପାଦମସ୍ତକ

ହୋଇଯାଏ ଛାତି

ମରିବା ପୂର୍ବରୁ କାହିଁକି

ଛାଡିଦେବି ଦୁଃଖର ସମ୍ପଦ

ମୋ ସାମର୍ଥ୍ୟର ପ୍ରୀତି।

ପାଦ ଆଙ୍ଗୁଠିରେ ଖୋଳିଖୋଳି

ଗଢିଛି ମାନସରୋବର

କୋହରେ ପାହାଡ

ମୋ ଅସ୍ମିତାରୁ ପଦ୍ମ

ସ୍ପନ୍ଦନରୁ ଭ୍ରମର।

ମୁଁ କେମିତି କେମିତି

ଗୋଟେ ଡଙ୍ଗା ପାଲଟୁଛି

କେବେ ଟୋକେଇରେ ଭରି ସ୍ଵପ୍ନ

ଡଙ୍ଗାରେ ଭରୁଛି।

ମୁଁ ଆଜିକାଲି

ମୋ ସାମ୍ନାରେ ମୋତେ ରଖି

ନିଜକୁ ଦେଖୁଛି

ଚିହ୍ନୁଛି ଗୋଟେ ଓଲଟା ବୃକ୍ଷ

ଧୀରେ ଧୀରେ କୋରଡ

କୋରଡରେ ଚକୋର

ଚକୋରର ଗୀତ

ଶେଷ ତମ ଶେଷର।

ଅମୃତର ବି ମୃତ୍ୟୁ ହୁଏ

ଅମୃତ ଜୀବନ

ଜୀବନର ଅନ୍ତ ହିଁ

ଅମୃତର ଗୁଣ।

ମୁଁ ଏ ଦୌଡର ଶେଷ ରେଖା

ଛୁଇଁବାକୁ ହାତ ବଢାଉଛି

ରେଖା ମୁଁ ପାଲଟୁଛି।

ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational