STORYMIRROR

Amita Dash

Tragedy

4  

Amita Dash

Tragedy

କବିତା ପର୍ବକବିତା ସଂଖ୍ୟା ୧୨

କବିତା ପର୍ବକବିତା ସଂଖ୍ୟା ୧୨

1 min
195


ପୁନେଇଁ ଜୋଛନାରେ ହୋଇଗଲି ଓଦା।

ପାଖାପାଖି ବସିଥିଲେ ବି କହିଲନି ପଦେ କଥା।

ଜହ୍ନରାତିର ଜୋଛନାରେ ଚିକ୍ ଚିକ୍ କରୁଥିଲା ତୁମ ହାତ ମୁଦି।

ମୋ ମନରେ ବଢୁଥିଲା ଇର୍ଷାର ପରିଧି।

ବନିଗଲା ମୋ ଜୀବନରେ ତ୍ରିକୋଣୀୟ ପ୍ରେମର କାହାଣୀ।

କେତେ ରାତି ଏଠି ନିରୋଳା କଟିଛି

ଜୋଛନା ମୂକ ସାକ୍ଷୀ।

କ‌ହିବ ମନ ଖୋଲି ମୋ ଭଲପାଇବା ରେ କି ଭୁଲ୍ ଥିଲା ବୋଲି।

ସିନ୍ଦୂର ବିନା ବିରହିଣୀ ପ୍ରେମିକା ସାଜିଲି।

ଯେତେ ଦୂରେ ଥିଲେ କୁମୁଦ ପାଉଛି ଜୋଛନା।

ମୁଁ କିନ୍ତୁ ହିନିମାନୀ ପ୍ରେମ ବିଧୁରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy