Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗକବିତା-76: ମନ୍ଦିର ତୋଳା

କବିତା ପର୍ବ : (ଅତିରିକ୍ତ) ବ୍ୟଙ୍ଗକବିତା-76: ମନ୍ଦିର ତୋଳା

1 min
183



ସର୍ବଭୂତେ ବିଷ୍ଣୁ ବିରାଜିତ ବୋଲି ରହିଛି ଆସ୍ଥା ଆମର,

ସେହି ବିଶ୍ଵାସକୁ ଲୁଟନ୍ତି କେତେକ ଠକ-ପାଜୀ-ତାଉଟର |


ବାଟରେ ଘାଟରେ ନାଳ ନର୍ଦ୍ଦମାରେ ପୋଲ ଖୋଲଜାଗା ଦେଖି,

ବସାନ୍ତି ପଥର ଦେଇ ଫୁଲମାଳ ନାଲିଆ ସିନ୍ଦୂର ମାଖି |


ଚେଲା ମାଧ୍ୟମରେ ପ୍ରଚାର କରନ୍ତି ଭାରି ପ୍ରତ୍ୟକ୍ଷ ଏ' ଦିଅଁ,

ଦାନବାକ୍ସ ବସେ ହୋଇବ ମନ୍ଦିର ମୁକ୍ତହସ୍ତେ ଦାନଦିଅ |


ଦାନ ମିଳୁଥିଲେ କୁଡ଼ିଆରୁ ଟିଣ-ଟାଇଲି ଛପର ହୁଏ,

ପୂଜାରୀ ଭିକାରି ଗଂଜଡ଼ ମଦୁଆ ବାବାଜୀ ବି ଆଶ୍ରା ପାଏ |


ଚାନ୍ଦା-ଭେଦା ପୁଣି ମାନସିକ ବଳେ ଫିଟେ ଧନ ଗୁପ୍ତଦ୍ୱାର,

ଦୟା ବି ଦେଖାନ୍ତି ଲାଞ୍ଚଖିଆ ବାବୁ ନେତା ଗଢନ୍ତି ମନ୍ଦିର |


ଆମ ଏ' ଦେଶରେ ମନ୍ଦିର ଅଭାବ ଉବୁଟୁବୁ ଭକ୍ତିଭାବ,

ନ୍ୟାୟ କି ଅନ୍ୟାୟ ଧନ୍ୟ କିବା ଧିକ ବିଚାର କରି କହିବ |

 



Rate this content
Log in

Similar oriya poem from Comedy