କବି କଥା
କବି କଥା
କାହା ଆଗେ କହିବାର ନଥିଲା
ମନ ର ପାଖୁଡା ଖୋଲି
ଯନ୍ତ୍ରଣା ଦରଜା ମେଲି..
ହୃଦୟ ଅବ୍ୟକ୍ତ କଥା
ଅସହ୍ୟ କେତେ ଯେ ବ୍ୟଥା..
ଆସୁମାରି ଆବିଳତା
ଏ ମନ ର ସାରା ନିର୍ଜନତା..
ଅଧାରେ ଆଣ୍ଠେଇ ଥିବା
ଅୟୁତ ଆୟୁ ର ଦମ୍ଭ
କୁହୁଳି କୁହୁଳି କାନ୍ଦି ପାରୁନଥିବା କୋହ
ଲୁଚି ଲୁଚି ଲାଲ ପଡିଥିବା ଲୁହ..
ସବୁ ଚିତ୍କାର କରି ବାହାରିବାକୁ ଚାହିଁ
ଠୁଳ ହେଇଥିଲେ ଏକାଠି ବୋଲି
ଚାଲୁଥିଲା ଲେଖନୀ ଟି
ଅନବରତ ; ଅବିରାମ ଆଉ ଅବିରତ
ସେ ହୃଦୟବାନ କବି ର ...
କା ହୃଦୟ ଘା ଟି
ପଚି ଶଢି ଦୃଗନ୍ଧ ହେଇଯାଉ
ତଥାପି..
ଉପସମ ପାଇଁ ସମୟ ଯଦିଓ ନାହିଁ
ବ୍ୟସ୍ତତା ର ନିଷ୍ଠୁର ସହରେ..
କେ ବୁଝିବ..??
କାହାଣୀ ର ଅନ୍ତର୍ଜ୍ୱାଳା ଅନଳ..
କିଛି କରିବାର ନାହିଁ ବୋଲି
ଅପାରଗ ନ ସାଜି
ଝର୍କା ସେପାଖୁ ଝରାଏ ସେ
ଝାପ୍ସା ଝାପ୍ସା ଝଙ୍କୃତମୟ ତରଙ୍ଗ..
ପ୍ରିତି ର ବିବିଧ ରଙ୍ଗ ମଲମ..
ବିଶ୍ଵ ବିଜୟୀ ହୁଏ
କରେ ଧରି କଲମ
ସେ ଲାଗି ତ ସେ କବି...