STORYMIRROR

Prabhanjana Tripathy

Tragedy

3  

Prabhanjana Tripathy

Tragedy

କବାଟ

କବାଟ

1 min
342


ଅଭିମାନ ଜୀବନର ମୂଲ୍ୟ

ତାକୁ କିଏ ଯେ ଛାଡିଛି

ମୁକ୍ତ ହୃଦୟର ଅଭିମାନ ହିଁ ତ ପ୍ରେରଣା

ଘଟ ଓ ଘାଟ ପୃଥକ

ଲାଗିଯିବ କେବେ ବି ଏକ ଅଜଣା କୂଳକୁ

ଆଉ ସେଇ କୂଳରେ ,ନାନା ଭାବନାର ବ୍ୟଞ୍ଜନ ହେବ

ପରୋସିବାକୁ ହୃଦୟର ଗାଲିଚା ଉପରେ ପ୍ରେମର ଦୁଇ ଥାଳି ପଡିଛି

ପ୍ରାୟଶ ଜାରି ଥିଲେ କୁଳ ପହଂଚିବ


ଘାଟ ଛାଡି ଘଟ ନ ହୁଏ ଅବାଟ

ଏହିତ ଏକା କବାଟ

ଏହି କବାଟ ର ବାଟେ ଦେଇ ଘଟ

ମିସଇ ସ୍ଵର୍ଗକୁ ବାଟll


ବାଟ ଛାଡି ହାଟ, ଅଛି ଛୋଟ ଛୋଟ

ଛୋଟିଆ ହାଟରେ ନାଟ

ନାଟ ସାରିଗଲେ, ଘଟ ଉଡିଯାଏ

କିଳି ଦେଇ ସେ କବାଟll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy