STORYMIRROR

Titi Sarangi

Abstract

2  

Titi Sarangi

Abstract

କଅଁଳ ଖରା

କଅଁଳ ଖରା

1 min
13.8K


ମୁଠାଏ ଉଷ୍ମତା ଆପଣାପଣର ଆଉ

ଆଞ୍ଜୁଳାଏ ପ୍ରେମ,

ସ୍ଵର୍ଗସୁଖ ପାଇବାକୁ ଆଉ ଅଧିକ କଣ

ଖୋଜେ ଅବା ଜୀବନ ।

ଶୀତ ସକାଳରେ କଅଁଳ ଖରାର ଛୁଆଁ

ଭାଙ୍ଗି ଦିଏ ଜାଡର ଜଡତା

ସବୁ ପ୍ରାପ୍ତିର ଅନେକ ଉର୍ଦ୍ଧରେ ରହିଛି

ଯେମିତି ମୁଠାଏ ଶୂନ୍ୟତା ।

ବିଶ୍ଵାସଟା ସତେ ଅବା ମିଠା ମିଠା ନୂଆ ଏକ

ଛଳନାର ରୂପ

ଶୀତ ସକାଳ ଲେଖୁଥାଏ ନିବିଡତାର ସଂଜ୍ଞା

ସବୁ କିଛି ତୁଛ ଆଉ ଅଳୀକ।


Rate this content
Log in

Similar oriya poem from Abstract