କାଉର ରଙ୍ଗ
କାଉର ରଙ୍ଗ
ଡାମରା କାଉରେ ଡାମରା କାଉ
ଉଚ୍ଚ ପରବତେ ବୋବାଉ ଥାଉ
ଆମ ଗାଁ ଘର ଚାଳ ଉପରେ ଥାଉ
ଚାଉଳ ଥୋଇଦେଲେ ଖାଇ ପିଇ ପାଣି
କେଣେ ଉଡି ତୁ ଯାଉ?
କଳା ରଙ୍ଗ ତୋର ଭାରି ସୁନ୍ଦର
କୋଇଲି ଅଣ୍ଡା ଫୁଟି ଛୁ ମନ୍ତର
ତୋ ଗୁଣ କରିବ କେ ଆହରଣ
ମାଠିଆରେ ଗୋଡି ପକାଇଥାଉ
ଚତୁର ପଣରେ ତୋ ସରି କିଏ
ଜଗା କାଳିଆ ତୋ ରଙ୍ଗ ରୂପେ
ଶୋଭାରେ ଆଭାରେ ପ୍ରକାଶ ପାଏ
କା କା ଡାକି ସକାଳେ
ବସିଥାଉ ଘର ମଥାନ ଚାଳେ
ତୁ ବୋବାଇଲେ କୁଣିଆ ଆସେ
ତୁ ଉଡିଗଲେ ବୁଢୀମା ଆସେ
ଚାଉଳ ଥୋଇ କହେ
ଶୁଭ ବାର୍ତ୍ତା ଯା କହି କାଉରେ ତୁହି
ସରସ ଛିକ୍କଣ ତୋ ଦେହ ରଙ୍ଗ
ପାଣି ପିଇ ପରିବେଶର ସାଙ୍ଗ
ତୋ ମନକଥା ତତେ ହିଁ ଜଣା
ତୋ ମନରେ ନାହିଁ ପର ଆପଣା
ଉଡିଯାଇ କୋଇଲି କହୁଥା କୁହୁ
କାଉ ବିନା ତୋର ଅସ୍ତିତ୍ୱ ଆସିବ କାହୁଁ
କାଉ ପରି ବୁଦ୍ଧି ଶିଖିବା ପାଇଁ
ଜେଜେମା କହିନ୍ତି ଚାଉଳ ଥୋଇ
ଏଣିକି ତେଣିକି ଅନେଇ ଚାହୁଁ
କାଉରେ ତତେ ସଭିଏଁ ଭଲ ପାଉ
ତୁ ସମସ୍ତଙ୍କୁ ସକାଳୁ ଉଠେଇ ଦଉ
କର୍ତ୍ତବ୍ୟ କର୍ମ ପ୍ରେରଣା ଶିଖିବି ତୋଠୁ ମୁଁ ।
