STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କାଉ _କୋଇଲି

କାଉ _କୋଇଲି

1 min
14.8K


Punya Prabha Devi


କାଉ _କୋଇଲି

ରଚନା କାଳ. _1957

କହିଲା କାଉ. କୋଇଲି ଭାଇ

କଳା ତ ଆମେ ଦୁହେଁ

କାହିଁକି ତେବେ. ତୋ ଗୀତ ପରି

ନ ଶୁଭେ ମୋର ମୁହେଁ

ଶିଖେଇ ଦବୁ. ଗୀତ କି ମତେ

ପଢ଼େଇ ଦବୁ ପାଠ

ନିଇତି ପଛେ. ଘରକୁ ତୋର

କରିବି ପାଣି ବାଟ.,

ତା ପରଦିନ ଗଲା ସେ କାଉ

କୋଇଲି ଗୁରୁ ପାଖେ

ଚକା ଟି ମାଡି. ସିଲ ଟ ଧରି

ବସିଲା ଗଛ ଶାଖେ ,

ଶିଖେଇ ଦେଲା. କୋଇଲି ତାକୁ

କ ଆକାରେ କା

ରହିବା ଯାଏ ମନରେ ତୋର୍

ଘୋଷି ବୁ ଏବେ ଯାଅl

ସେଇ ଦିନରୁ. ଘୋଷୁଚି କାଉ

କ. ଆକାରେ କl

କୁ କୂ ଆଉ. ଶିଖିବା ପାଇଁ

ମନରେ ନାହିଁ ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children