STORYMIRROR

Kanduri Nayak

Inspirational

4  

Kanduri Nayak

Inspirational

କାରୁଣିକ

କାରୁଣିକ

1 min
212

କାରୁଣିକ ବୁଦ୍ଧ

  କୃଷାଣ ଦ୍ୱାରସ୍ଥ

  ଭିକ୍ଷାନ୍ନ ଇଚ୍ଛୁ ଶ୍ରମଣ

 କୃଷାଣ କୋପିତ

 ଦେଖି କାରୁଣିକ 

  ମମ ଉପାର୍ଜିତ ଧନ। 


ସୁବିଧାବାଦୀ ହେ 

  ଶ୍ରମଣ ଚାଲନ୍ତୁ 

  ମୋର ସାଥେ କୃଷି କାର୍ଯ୍ୟେ ବିନା ପରିଶ୍ରମେ

  ଦେବି ନାହିଁ ତିଳେ 

  ଅଶାଳୀନ ଭାଷା ଆର୍ଯ୍ୟେ। 


ନିରବ ଶ୍ରମଣ 

  କଲେନି ଗ୍ରହଣ 

   ତାର ଭାଷା ଅଶାଳୀନ ସୌମ୍ୟ ଶାନ୍ତ ମୁର୍ତ୍ତି 

  ବୁଝାଇ କୁହନ୍ତି 

   କର କୃଷାଣ ଶ୍ରବଣ। 


ଆମ୍ଭେ ଆମ୍ଭ କାର୍ଯ୍ୟ

  ତୁମ୍ଭେ ତୁମ୍ଭ କାର୍ଯ୍ୟ 

   ଉଭୟେ କରୁ କର୍ଷଣ 

ଶରୀରର ବଳ 

  ଖଟାଇ କ୍ଷେତରେ 

   ତୁମ୍ଭେ କର ଉପାର୍ଜନ। 


ଆମ୍ଭେ ଜ୍ଞାନ ବୁଦ୍ଧି

  ସଂସାର କ୍ଷେତରେ 

   ନିତ୍ୟ କରୁଛୁ କର୍ଷଣ 

ଆମ୍ଭ ତୁମ୍ଭ କ୍ଷେତେ 

  ପ୍ରତ୍ୟହ ଫଳୁଛି 

   କେତେ ପୁଷ୍ପ ଫଳମାନ। 


ବେନି ବଳଦରେ

  ଲଙ୍ଗଳ ଜୁଆଳି

   ଯୋଚିକି କଣ୍ଟିରେ ହସ୍ତ

 ଜ୍ଞାନ ବୁଦ୍ଧି ଦୁଇ 

  ବଳଦ ଅଟନ୍ତି

   ମନ ଯୁଆଳି ଛନ୍ଦିତ। 


ଆତ୍ମାର ରୁପକ 

  ଲଙ୍ଗଳେ କର୍ଷଣ 

  ଶରୀର କ୍ଷେତରେ ଚାଷ 

ପବିତ୍ର ହସ୍ତରେ 

  ଆଣ୍ଟେ ଧରିଥିଲେ 

  ନିର୍ବାଣ ପଥରେ ବାସ। 


ଅନାବନା ତୃଣ 

  ବାଳୁଙ୍ଗାର ପରି 

   କାମ କ୍ରୋଧ ତେଯ୍ୟା କର ନିମ୍ବ ତରୁ ମୂଳେ 

  ଶର୍କରାକୁ ଦେଲେ

   ନିମ୍ବ କି ହେବ ମଧୁର। 


ଅହଙ୍କାର ଗର୍ବ 

  ହୋଇ ଯିବ ଖର୍ବ 

   କ୍ଷଣ ଭଙ୍ଗୁର ଶରୀର 

ବନ୍ୟା କି ମରୁଡି 

  ଆସିଲେ କ୍ଷେତରେ 

   ଅମଳ ଶସ୍ୟ ପ୍ରକାର ।


ଆତ୍ମ ଚିତ୍ତ ଶୁଦ୍ଧି

  ସତ୍ ଜ୍ଞାନ ବୁଦ୍ଧି 

  ପ୍ରଯତ୍ନେ ମିଳେ ସକଳ 

କର୍ମ ଓ ଭାବନା 

  ସଂକଳ୍ପ ବଚନ 

  ଧ୍ୟାନ ଓ ସ୍ମରଣ ମୂଳ। 


ଆମ୍ଭ କ୍ଷେତ ଚାଷ 

  ସଂସାର ମଧ୍ୟରୁ 

   ପାଇବାକୁ ତୁ ନିର୍ବାଣ 

ମୋହ ପରିଶ୍ରମ

  ତୁମ୍ଭରି କ୍ଷେତରେ 

   ଯିବ ନାହିଁ ଅକାରଣ। 


କାରୁଣିକ ବୁଦ୍ଧ 

  କୃଷାଣ ଚଳିଲେ 

   କୃଷାଣର ଶସ୍ୟ କ୍ଷେତ୍ର ଗନ୍ତବ୍ୟ ପଥରେ

  କୃଷାଣ ଆତ୍ମାକୁ 

  କରିଲେ ଶୁଦ୍ଧ ପବିତ୍ର। 


ଅହଙ୍କାର ଗର୍ବ 

 ମନ ମଧ୍ୟୁ ତେଜି 

  ବୁଦ୍ଧ ସଂଘରେ ଶରଣ 

ଉଦ୍ଧତ କୃଷାଣ 

  ସଂଘରେ ମଧ୍ୟରେ

   ବୁଦ୍ଧ ଙ୍କ ଶ୍ରେଷ୍ଠ ଶ୍ରମଣ। 


ଦୟାର ସାଗର 

  କରୁଣା ଈଶ୍ୱର 

  ପରମାତ୍ମା ଆଦିମୂଳ 

ଶୁଦ୍ଧ ପୂତ କର

  ନିଜର ଶରୀର

   ନିର୍ବାଣ ପଥରେ ଚଳ। 



Rate this content
Log in

Similar oriya poem from Inspirational