STORYMIRROR

Kanduri Nayak

Others

4  

Kanduri Nayak

Others

ଗଜ ଵେଶ

ଗଜ ଵେଶ

1 min
212

ଭକ୍ତଙ୍କର ଲାଗି 

  ଗଜବେଶ ହେଲ 

   ଜ୍ୟେଷ୍ଠ ପୂର୍ଣ୍ଣିମାର ଦିନ କାହା ପାଇଁ ତୁମେ

   ଗଜବେଶ ହୁଅ 

   ଭକ୍ତଙ୍କୁ ନାହିଁ ଦର୍ଶନ। 


ଭକ୍ତ ମାନଙ୍କର

   ଅନ୍ତର ଭାବନା 

   ଜାଣୁଥାଅ ଜନାର୍ଦ୍ଦନ 

ଯୁଗେ ଯୁଗେ ତାଙ୍କୁ 

   ଦର୍ଶନ ଦେଇଛ 

   ଅନ୍ତର୍ଯ୍ୟାମୀ ନାରାୟଣ। 


ରାଧି ନାନୀକୁ ତ

   ଦେଖା ଦେଇଥିଲ 

    ରଥର ଉପରେ ଥାଇ

 ତା ଚାଳ ଘରର 

   ଲାଉ କଖାରୁର 

    ପୋଇ ଡଙ୍କକୁ ଦେଖାଇ। 


ବାରି ପିଜୁଳି ଓ 

   ଆମ୍ବ ପଣସକୁ 

    ରଥରେ ଦେଖାଇ ଦେଲ ସାଲବେଗ ପାଇଁ 

   ତୁମ୍ଭର ରଥକୁ 

    ବଡଦାଣ୍ଡୁ ନ ଛାଡିଲ। 


ବଳରାମ ଦାସ 

   ଅପମାନ ଦୁଃଖେ 

    ବାଲିରଥ ଚାଲିଗଲ 

ଭକ୍ତ ବିନା ତୁମେ 

   ଗଜ ବେଶ ହୁଅ 

    ଭକ୍ତ କିମ୍ପା ନ ଖୋଜିଲ।


 ଦୁଇ ବର୍ଷ ହେଲା 

   ସେବକ ସାଥିରେ 

     ସ୍ନାନ ମଣ୍ଡପକୁ ଆସ ଭକ୍ତ ତ ନାହାନ୍ତି 

   କାହାପାଇଁ ତୁମେ 

    ହେଉଅଛ ଏହି ବେଶ ।


ବ୍ୟାଧି ଭୟରେ ତ 

   ହେ ନିଳାଦ୍ରୀ ନାଥ 

    କରୁଛ ଏକାନ୍ତ ବାସ 

କି ଖେଳ ଖେଳୁଛ ,

    ତୁମ୍ଭର ଉପରେ 

     ଭକ୍ତଙ୍କ ତୁଟେ ବିଶ୍ୱାସ।



Rate this content
Log in