STORYMIRROR

Kanduri Nayak

Others

3  

Kanduri Nayak

Others

ମନ

ମନ

1 min
154


ମନ କରେ ନୃତ୍ୟ 

ଆତ୍ମା ଗାଏ ଗୀତ 

ମୂର୍ଚ୍ଛନା ତୋଳେ ଚେତନା 

ଶରଦ ଜୋଛନା 

ଶେଫାଳିର ବାସ୍ନା 

ପାଶରେ ନବ ଯୌବନା 


ଅଧିର ବିଧୁରେ 

ସପ୍ତସ୍ୱରୀ ତାନେ 

ଆତ୍ମା ଯେବେ ଗାଏ ଗୀତ 

ତରୁ ଲତା ପରେ 

କୁସୁମ ସକଳ 

ହସି କରୁଛନ୍ତି ନୃତ୍ୟ। 


ମନ୍ଦ ସମୀରଣେ 

ମଳୟର ଗତି 

ତନୁ ମନ ପୁଲ୍ଲକିତ 

ରାଗିଣୀ ଛନ୍ଦରେ

 ସ୍ୱରକୁ ମିଳାଇ 

କୋକିଳ ଗାଏ ସଙ୍ଗୀତ। 


ପୁଷ୍ପ ଶରାଘାତ 

କେକୀ ନୃତ୍ୟ ରତ 

ଦେଖି କୃଷ୍ଣ ନବଘନ 

ଆତ୍ମା ବିହ୍ୱଳିତେ 

ତୋଳଇ ସଙ୍ଗୀତ 

ଦର୍ଶନେ ତନୁ ଲାବଣ୍ୟ। 


ସ୍ୱର୍ଗର କୁସୁମ 

ପାରିଜାତ ସମ

ସୁଧା ରେଣୁ ଝରିଯାଏ 

ହୃଦୟ କନ୍ଦରେ 

ରୂପର ସମ୍ଭାର 

ବୀଣା ଝଙ୍କାରିତ ହୁଏ। 



Rate this content
Log in