କାର୍ତ୍ତିକ ସ୍ନାନ
କାର୍ତ୍ତିକ ସ୍ନାନ
(ରାଗ:- ଆଷାଢ଼ ଶୁକ୍ଳ ବାଣୀ)
କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା
କିଏ ସେ ବର୍ଣ୍ଣିବ ମାସ ମହିମା
ମାସମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ ମାସ
ସତ୍ୟଯୁଗ ପରି ତା'ର ଆଦର୍ଶ
କାର୍ତ୍ତିକ ପୂର୍ଣ୍ଣିମା
ପଞ୍ଚକ ପାଞ୍ଚ ଦିନର ମହିମା !!
କାର୍ତ୍ତିକ ସ୍ନାନର ମହତ୍ତ୍ଵ ବହୁ
ପାପ ତାପ ଦୂର ପାଳନେ ଏହୁ
ଜଗା ଠାକୁରଙ୍କ ସୁନାର ବେଶ
ସ୍ନାନର ମହତ୍ତ୍ଵ ଯହୁଁ ବିଶେଷ
ପ୍ରଭୁ ହୃଷୀକେଶ
କଲ୍ୟାଣ କରନ୍ତି ଭକ୍ତେ ଅଶେଷ !!
ଆମିଷ ଭୋଜନ ଏଠି ବର୍ଜନ
ପୂଜନ ଆମର ମଧୁସୂଦନ
ନିତି ସକାଳରୁ ନଦୀରେ ସ୍ନାନ
ଶଙ୍ଖ ହୁଳହୁଳି ନିତି ଗୁଞ୍ଜନ
ଅପୂର୍ବ ସେ ବାଣୀ
ଦେବର୍ଷି ନାରଦ ଥିଲେ ବଖାଣି !!
ପଞ୍ଚକ ପଞ୍ଚୁକ ବିଚ୍ଛିନ୍ନାଞ୍ଚଳେ
ପାଳନ୍ତି ମହିଳା ଏଠି ସକଳେ
ସଂସ୍କୃତିସଂସ୍କାର ଓଡ଼ିଆକୋଳେ
ପାଳିତ ଏଠାର ଭକ୍ତି ବ୍ୟାକୁଳେ
ପର୍ବ ଓ ପର୍ବାଣୀ
ହବିଷ୍ୟ ଭୋଜନ ପୂର୍ବ କାହାଣୀ !!
ଶେଷ ପାଞ୍ଚଦିନ କାର୍ତ୍ତିକ ମାସ
ସାର୍ତ୍ତିକ ଖାଦ୍ୟ, ବର୍ଜନ ଆମିଷ
ପାଞ୍ଚଦିନ ପରା ଏଠି ହବିଷ
ବିଚ୍ଛିନ୍ନ ଭୂମିର ପବିତ୍ର ମାସ
ଏକାଦଶୀଠାରୁ
ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରୁ !!