STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
335

ଧରମ ମାସ କାର୍ତ୍ତିକ ଶେଷ

ପୂର୍ଣ୍ଣିମା ରାତି ହସେ

ଠାକୁର ଘରେ ଶରତ ରାସ

ଫୁଲ ଚନ୍ଦନ ବାସେ।।


କାର୍ତ୍ତିକେଶ୍ୱର କୁମାର ବୀର

ତାଙ୍କ ଜନମ ତିଥି

ମଣ୍ଡପେ ହୁଏ ତାଙ୍କରି ପୂଜା

ବାଜଇ ଘଣ୍ଟ ଘଣ୍ଟି ।।


ପାହନ୍ତାରେ ତ ଭସାଉ ଡଙ୍ଗା

ଆ କା ମା ବଇ କହି

ରଙ୍ଗ ମୁରୁଜେ ଚଉରା ମୂଳ

ମନକୁ ନିଏ ମୋହି ।।


ଏଇ ପୂର୍ଣ୍ଣିମା ଶୁଭ ତିଥିରେ

ନୀଳାଚଳରେ ରାସ

ରତ୍ନବେଦୀରେ ମହାପ୍ରଭୁ ତ

ହୁଅନ୍ତି ସୁନାବେଶ ।।


ଶିବାଳୟରେ ଗହଳି ଲାଗେ

ପ୍ରଭୁଙ୍କ ପୁଜା ପାଇଁ

କାର୍ତ୍ତିକ ବ୍ରତ କରନ୍ତି ଭକ୍ତ

ପ୍ରଭୁଙ୍କ ନାମ ଗାଇ ।।


ବାଲିଯାତ୍ରା ତ ଆରମ୍ଭ ହୁଏ 

ଏହି ପୂର୍ଣ୍ଣିମା ଦିନ

ସାଧବ ପୁଅ ବଣିଜ କଥା

ପକାଇ ଦିଏ ମନ ।।


ଓଡ଼ିଆ ଜାତି ଗରବ ଗାଥା

କାର୍ତ୍ତିକକଥା କହେ

ଆଗକୁ ଯିବା ପାଇଁ ଆମକୁ

ପ୍ରେରଣା ପରା ଦିଏ ।।


ଏସନ କିନ୍ତୁ କରୋନା ଡରେ

ସବୁଠି କଟକଣା

ବାଲିଯାତ୍ରା ତ ଜମିବ ନାହିଁ

ଡଙ୍ଗା ଭସା ତ ମନା ।।


କାର୍ତ୍ତିକେଶ୍ୱର ପୂଜା ମଣ୍ଡପ

ହୋଇନି ସାଜସଜ୍ଜା

ଧରମମାସ ହୋଇଲା ଶେଷ

ହେଲାନି କିଛି ମଜା ।।


ଆହେ କାର୍ତ୍ତିକ ପାର୍ବତୀ ସୂତ

ପାଦରେ ତୁମ ଅଳି

କରୁଣା କରି ପାଦରେ ଦିଅ

କରୋନାକୁ ତ ଦଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children