STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

କାଲୁଆ ଭାଲୁଆ ଗାଲୁଆ

କାଲୁଆ ଭାଲୁଆ ଗାଲୁଆ

1 min
251

   

   

   ବରଷା ମାସରେ ପାଣି ଜମି ରହେ

   ବାଟଘାଟ ଯହିଁ ଖାଲୁଆ

   ପାଣିର ଧରମ ଗଡିଯିବାପାଇଁ

   ଭୂଇଁ ଯେଉଁଆଡେ ଢାଲୁଆ ll

   ଶୀତୁଆ ସକାଳ ଶୀତୁଆ ପବନ

   ଦେହକୁ ଲାଗଇ କାଲୁଆ

   ଶୀତ ଆସିଲେତ ବଗିଚାରେ ଫୁଟେ

   ରଙ୍ଗବେରଙ୍ଗର ଡାଲିଆ ll

   ଦୀଘି ପୋଖରୀରୁ ମାଛ ଧରିବାକୁ

   ଆସନ୍ତି ଦୂରରୁ ଜାଲୁଆ

   ରାତିରେ ଘରକୁ ଜଗିରହେ ଆମ

   ପୋଷା କୁକୁରଟି ଭାଲୁଆ ll

   ଜାଣିଜାଣି ଯିଏ ଭୁଲ କରେ ତାକୁ

   କୁହନ୍ତି ସମସ୍ତେ ଗାଲୁଆ

   ଅଳସୁଆ ମାନେ କାମ ନାଁ ଶୁଣି

   ହୋଇଯାଆନ୍ତି ତ ହାଲିଆ ll

   ଗାଈଗୋରୁ ମାନେ ପାଣି ପିଇବାକୁ

   ଗୁହାଳରେ ଅଛି ଛେଲୁଆ

   କୋଡି କୋଦାଳକୁ କାନ୍ଧରେ ପକାଇ

   କ୍ଷେତକୁ ଯାଆନ୍ତି ମୂଲିଆ ll

   ଭାରି ସୁଆଦିଆ ବୋଉ ହାତ ରନ୍ଧା

   ପିଠା ମିଠା ସୁଜି ହାଲୁଆ

   ଖାଇବୁ ଯଦି ତୁ ଝଅଟ ଝଅଟ

   ହାତ ମୁହଁ ଧୋଇ ଚାଲିଆ ।

    

 

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children