STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

କାଳିଆ

କାଳିଆ

1 min
12.9K



କିଏ ଦୋଷ ଦିଏ     ଗୁଣ୍ଡିଚା ରାଣୀକୁ

କିଏ କହେ ରାଜା ଦୋଷୀ

କିଏ ଗଢିବ ତୋ     ଅଧା ଗଢା ରୂପ

ନ ହୋଇଲେ ତୋର ଖୁସି?(1)


କିଏ କେତେ ଭାବେ  ବର୍ଣ୍ଣନା କରଇ

ଅଧା ଗଢା ରୂପ ଦେଖି

ହେଲେ ମୋର ମନ  ବୁଝେ ନାହିଁ ତାହା

ସାକ୍ଷୀ ତୁହି ଚକାଆଖି(2)


କେତେ କେତେ ରୂପ ଧରି ଚାଲୁଅଛୁ

ଦେଖି ଯୁଗ କାଳ ରୀତି

ଲୋକଙ୍କ ସ୍ୱଭାବ     ନେଇ ତୋର ବେଶ

ଏତିକି ପାରୁଛି ଚିନ୍ତି (3)


ଏ ତ କଳିଯୁଗ        କଳିର ପ୍ରଭାବ

ମଣିଷ ପଶୁଠୁ ହୀନ

ସେଥିପାଇଁ ବୋଧେ  କାଳିଆରେ ତୋର

ହାତ ପାଦ ଦୁଇ ଶୂନ୍ୟ(4)


କରି ମନ୍ଦ କର୍ମ        ପଶିବେ ଶରଣ

କାଳେ ତୋ ଚରଣ ଧରି

ସେଥିପାଇଁ ବୋଧେ  ଚରଣ ରଖିନୁ

ଶରଣ ଦେବୁ କିପରି?(5)


ଯାଚି ଦେବେ ଭୋଗ ଆଉ କେତେ ଲାଞ୍ଚ

ପାପ କରିବାକୁ ଦୂର

ନେବୁ ତୁ କେମିତି     ଜାଣି ଶୁଣି ପରା

ରଖିନାହୁଁ ତୋର କର?(6)


ଯେଉଁ କର୍ମ କଲ      ସେହି ଫଳ ଭୋଗ

ବୋଧେ ତୋର ଇଛା ଏହି

ଚରଣ ରଖିନୁ         ଶରଣ ଦେବାକୁ

ଲାଞ୍ଚ ପାଇଁ ହାତ ନାହିଁ(7)


ସବୁରି ଅନ୍ତର         ଭିତରେ ରହିଛୁ

ଧନ୍ୟ ଧନ୍ୟ ତୋର ଲୀଳା

ମୁଁ ହୀନ କେମିତି     ବୁଝିବିରେ ତୋତେ

ନିଜେ କହ ତୁ କାଳିଆ???(8)

ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational