STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

କାଳିଆ ବି ଲୋଭୀ

କାଳିଆ ବି ଲୋଭୀ

1 min
13.8K


ସକଳ ତୀର୍ଥ ତୋ  ଚରଣରେ ଯଦି କାହିଁକି ଯିବି ବଦ୍ରିକା

ଏହା ଥିଲା ଏକ     ଶକ୍ତ ଭକତର

କାଳିଆକୁ ମନ ବିକା


କାହା ପ୍ରଶଂସାରେ    ଭୁଲେ ନାହିଁ ସିଏ

କାଳିଆ ଅଟେ ଏମିତି

ଯେତେ ଯାହା ଦେଲେ କରେନି ଗ୍ରହଣ

ନ ଥିଲେ ମନେ ଭକତି


ଭାବ ଦେଲେ ତାକୁ   ସେ ଭାବ ଦିଅଇ

ସିଏ ପରା ଭାବଗ୍ରାହୀ

ମନ ସ୍ଥିର କରି   ଇଛା ଦୃଢ କଲେ

ସବୁ କିଛି ଦେଇ ଥାଇ


ପାଇବାକୁ ହେଲେ  ଦେବାକୁ ବି ହୁଏ

ଏ ତ ଚିରନ୍ତନ ରୀତି

କାଳିଆ ବି ଲୋଭୀ   ତେଣୁ ଚାହୁଁଅଛି

ତୁମଠୁ ଭାବ ପୀରତି



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational