STORYMIRROR

Mamatamanjari Das

Abstract Others

4  

Mamatamanjari Das

Abstract Others

କାଳ ଗୁମ୍ଫା

କାଳ ଗୁମ୍ଫା

1 min
249

ଘଡିକରେ ଘୋଡା ଛୁଟେ


ବଦଳି ଯାଏ ଏ ପୃଥିବୀର ଦୃଶ୍ୟ


କାହ ଇସାରାରେ ହେଉଛି ଏସବୁ


ବୁଝିବା ଆଗରୁ ସବୁକିଛି ହୋଇଯାଏ ଶେଷ


ପାଗ ଆଜି ବଦଳୁଛି ଗୋଟେ ପରେ ଗୋଟେ


ହେଉଛି ଋତୁରେ ଅଋତୁ


ଧ୍ୱଂସାଭୀ ମୁଖି ଦେଶ ଆଜି ଯାଉଛି କାଳର ଗୁମ୍ଫାକୁ


ଭୟ ଆଉ ଭ୍ରମ ଭିତରେ ଛଟପଟ


ଆଜି ଏ ମଣିଷ


ଯାହାବି ହେଉଛି ଦୁନିଆରେ ଆଜି ସବୁତ ଏ ମଣିଷ କୃତ


ଆଗରୁ ଦୃଶ୍ୟ ବଦଳଙ ଥିଲା ଯେବେ


ଈଶ୍ୱରଙ୍କୁ ବଦଳାଇବା ପାଇଁ ପଡୁଥିଲା


ନିଜ ନିଜ ଅବତାର


ଆଜି କିନ୍ତୁ ,


ଭାବ ଭିତରେ ଅଭାବର ସୂନ୍ୟସ୍ଥାନ ଭରା


ଈଶ୍ୱର ବି ହେଉଛନ୍ତି ନିର୍ବିକାର


ସାଧାରଣ ମଣିଷ ରୁ ଅସାଧାରଣ ବନିବା ପାଇଁ


କାଳ ଗୁମ୍ଫା ଅଭିମୁଖେ ଆମେ


ଜୀବନ ଭିତରେ ସ୍ପନ୍ଦନ ଥାଇବି


ଏ ମଣିଷ ତାକୁ ଲଗାଉନି କାମେ


ଜନ୍ମରୁ ମୃତ୍ୟୁ ର ଦୂରତା ମାପୁ ମାପୁ


ଝରିଯାଏ ରକ୍ତର ଲୁଣିଆ କହର


ରକ୍ତରେ ଆପ୍ଳୁତ ମଣିଷର ରାଜ ପରିଧେୟ


କାଳ ଗୁମ୍ଫା ଅଭିମୁଖେ ଯାତ୍ରୀହୋଇ ପିଉଛି ଜହର


ତଥାପି ଚାହିଁଛି ଦୃଶ୍ୟ ବଦଳିବା ପାଇଁ


ବାଟ ଆଉ କେତେ ଦୂର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract