କାକ ସାଗର ରେ ପ୍ରିୟଙ୍କା ପିକ
କାକ ସାଗର ରେ ପ୍ରିୟଙ୍କା ପିକ
ଘନ ଅରଣ୍ୟର କୁଞ୍ଚିତ ପଥ ରେ
ସଙ୍ଗେ ଝରଣା ର ମଧୁର ପ୍ରୀତି ରେ
ପିକ ବସିଥିଲା ଅଜଣା ଅର୍ଥରେ
ମନୋରଥ ତା'ର ଅଜସ୍ର ଯେ ଥିଲା
ବେଳେ, କୁହୁ ନାଦେ ଗହନ କମ୍ପିଲା
ଭିଦୁର ସଦୃଶ କମ୍ପନ ଯେ ଥିଲା
ସ୍ବଦେଶୀ ନିମ୍ନଗା ଢେଉ ଆଣୁଥିଲା
ପିକ ର ଶବଦ କାକ ଯେ ଶୁଣିଲା
ସାଙ୍ଗରେ ଦୈତ୍ୟ ର କରମ ଆଣିଲା
ନିମ୍ନଗା ବହେ ଆଜି ରାଜୀବ ଲୋଚନେ
ନା ଅଛି ଭିଦୁର କମ୍ପନ,ନା କୁହୁ ଶବ୍ଦ ବାଜେ କାନେ।
