ବିଭୀଷିକା
ବିଭୀଷିକା
1 min
377
ଅଶାନ୍ତ ଥିଲା ସାଗରର ପ୍ରକାଣ୍ଡ ବିଭୀଷିକା
ଘେନି ଆଣିଥିଲା ଅଗଣ୍ୟ ଅମାନ୍ୟ ମରୀଚିକା।
ଅସୁମାରୀ ବର୍ଷାର କେଳେଙ୍କାରୀ ଥିଲା
ଜଳସମାଧିରେ ଲୀନ ସମ୍ପୂର୍ଣ୍ଣ ଧରାପୃଷ୍ଠ ଥିଲା।
ସମୀର ଗର୍ଜନେ ପର୍ବତ କମ୍ପିଲା
ଖାଦ୍ୟାଭାବରେ ଧନୀ,ଗରିବ ଜଳିଲା।
ତୀବ୍ର ଅସହ୍ୟ ଦାଉରେ ବିହଙ୍ଗ ବିପ୍ଳବ ବସିଲା
ସାଗର କ୍ରୋଧରେ ଢେଉ ଗଗନ ଚୁମିଲା।
ନିମିତ ସମୟେ ବଦଳିଲା ମୋ ରାଜ ଚିତ୍ରପଟ
ତଥାପି ଏକପାଦେ ଠିଆ,ପ୍ରତ୍ୟାଖ୍ୟାନ କରି ପ୍ରକୃତିର ନାଟ।
