STORYMIRROR

Subrat Kumar Nath

Others

4  

Subrat Kumar Nath

Others

ଅପରାଜିତା

ଅପରାଜିତା

1 min
273

ପୂର୍ଣ୍ଣମୀର ଜହ୍ନ ପରି ଥିଲ ତୁମେ ଉଜ୍ବଳ

ସୁନେଲି କେଶକୁ ତୁମ ହୃଦୟ ନିର୍ମଳ।


ଆସିଥିଲ ଜୀବନେ ପ୍ରେମର ସମୁଦ୍ର ନେଇ

ଅନ୍ଧକାର ଦୁରେଇଲ ପୁଣି ସ୍ୱର୍ଣ୍ଣର କିରଣ ଦେଇ।


ପୁଲକିତ ଥିଲା ମନ,ନାନା ଭବନାକୁ ସଙ୍ଗ କରି

ହଜିଥିଲା କଳ୍ପନାରେ କେତେ ସୁବିଚାର ଧରି।


ଆଜି ଖୋଜେ ମନ ସେ ବିତିଯାଇଥିବା ଦିନ

ହୁଏତ ସେ ସବୁ ଆଜି କଳ୍ପନାରେ ଲୀନ।


ସ୍ମୃତିର ରବି ଢଳେ ମନଚନ୍ଦ୍ରିକାର ତଳେ

ଜାବୁଡି ଧରିଛି କେତେ ଆଶା ଅକାରଣେ ବଳେ ।


ବିଚ୍ଛେଦ ଯେ ଅଗ୍ନିମୟ,ଦେଉଛି ସମ୍ପର୍କ ଜାଳି

ଅଗ୍ନିସଂଯୋଗେ ଦୀପାଳି ଦିଏ ଅନେକ ଭାବ ପଖାଳି ।


ତଥାପି ମାଡିଥିଲା ସୁବର୍ଣ୍ଣ ସପନରେ ମୋତିର ଲତା

ତୁମେ ସ୍ୱଳ୍ପ ସମୟର ଫୁଲ ଥିଲ,ସୁନ୍ଦର ଅପରାଜିତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍