ପଦ୍ମିନୀ
ପଦ୍ମିନୀ
1 min
340
ଦୁଇ ସୁସଞ୍ଚ ହୃଦୟ ଆଜି ମଳିନ ମଳିନ
ପ୍ରେମର ଆସ୍ତାରେ ଅସ୍ଥିର ଆଶାର ମିଳନ।
ଚନ୍ଦ୍ରବଦନକୁ ସ୍ବର୍ଣ୍ଣମୟ କିରଣର ଝଲକ
ଅବ୍ୟର୍ଥ ଲଲାଟ,ଗୀତ ଗାଏ ପୁଣି ଆଖିର ପଲକ।
ଗଭୀର ଅନ୍ଧକାରେ ଆସିଥିଲା,ଭାନୁପ୍ରଭା ସାଜି
ଦିଗମଣ୍ଡଳେ ଭରିଥିଲା ରତ୍ନକିରଣର ବାଜି।
ଶୁଷ୍କ ପୁଷ୍ପମାଳେ ଥିଲା ସେ,ଅପୂର୍ବ ନୀଳପଦ୍ମର ଆଶର
ଦୁଇ ସୁସଞ୍ଚ ହୃଦୟ ଆଜି ଧୂସର ଧୂସର।
ଅନନ୍ତଭୂଷଣରେ ସଜା ସେ ବିବିଧ ସ୍ବର୍ଣ୍ଣମୟୀ ମୁଖ
ସ୍ୱଳ୍ପ ଖୁସିର ସାହାରା,କେ ବୁଝେ ଅସରନ୍ତି ଦୁଃଖ।
ସେ ପଦ୍ମିନୀ ଦିନେ ପଦ୍ମର ପାଦରେ ଶୋଭା ପାଉଥିଲା
ନୃତ୍ୟଧିନେ ପୁଣି ନିର୍ମଳ କଣ୍ଠରେ ଗୀତ ଗାଉଥିଲା।
ଅସ୍ଥାୟୀ ଆଜି ସେ ସ୍ୱଳ୍ପ ସମୟର ସ୍ଥାୟୀ ସୁନ୍ଦରତା
ତଥାପି ପଦ୍ମିନୀ ଜାବୁଡି ଧରିଛି ଧରିତ୍ରୀ ବୁକୁରେ ସ୍ଵସ୍ଥ ଶାଳୀନତା।
