Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

କାହ୍ନା

କାହ୍ନା

1 min
131



ଆସ ଲୋ ସଜନୀ ଯିବା ,ନନ୍ଦ ଘରେ ମିଶିବା

ଅନେକ ବର୍ଷ ରେ,ଯଶୋଦ୍ଧା କୋଳ ରେ

   ଆସିଛି ସେ ନନ୍ଦ ଲାଲା

କୋଳ ରେ ଧରିବା,କାହ୍ନାକୁ ଦେଖିବା ।


ଫୁଲ ରେ ସଜାଇ ଦେବା

ଗୋପ ର ଦଣ୍ଡ କୁ

ଦାନ ପୁଣ୍ୟ ଲୋ କରିବା

ଡାକି ବିପ୍ର ଗଣଙ୍କୁ

ଦୀପାଳି ସଜ କରିବା,ଘରେ ଘରେ ଜାଳିବା

ଭାଦ୍ରବ ମାସରେ ,ଅନ୍ଧାର ରାତିରେ

  ଆସିଛି ସେ ନନ୍ଦ ଲାଲା

ଉତ୍ସବ କରିବା ,ସଭିଏଁ ନାଚିବା ।


ଲବଣୀକୁ ରଖିଥିବା

ଚାହଁି କାହ୍ନା ପଥକୁ

ଯମୁନା କୂଳରେ ଥିବା

ଆସିବ କଦମ୍ୱକୁ

କାହ୍ନା କୁ ମନ ଲୋ ଦେବା,ପ୍ରେମ ରେ ବାନ୍ଧି ହେବା

ଚାନ୍ଦିନି ରାତିରେ ,କୁଞ୍ଜ କାନନ ରେ

   ଆସିବ ସେ ନନ୍ଦଲାଲା

ବଇଁଶୀ ଶୁଣିବା,ଭାବରେ ହଜିବା ।



Rate this content
Log in

Similar oriya poem from Classics