STORYMIRROR

Chaturbhuja Sahoo

Inspirational

4  

Chaturbhuja Sahoo

Inspirational

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
347


କାଗଜଡଙ୍ଗାରେ ଯେଦିନୁ ଛାଡିଲି ପ୍ରେମ ତୋର,

ସେଦିନୁ ଦେଖୁଛି ଭାରି ସ୍ବାର୍ଥପର ଦୁନିଆ ମୋର,

ବିଭୁ ରସନାର ବାସନା ବିହୀନ ଏଇ ମଣିଷ

ସ୍ବାର୍ଥ ସାଧନାରେ ପିଇପାରେ ନର ଉତ୍କଟ ବିଷ ।


ସମୟ ସୁଅରେ ବଡହେଲି ସିନା ପରେ ବୁଝିଲି

ଦୟାମାୟା ନାହିଁ ରକତେ ଏଇଠି ବାଟ ହୁଡିଲି 

ସ୍ବାର୍ଥ ପାଇଁ ଏଠି ଆପଣା ମଣିଷ ଛଡାନ୍ତି ହସ

ସ୍ବାର୍ଥ ସାଧନାରେ ପିଇପାରେ ନର ଉତ୍କଟ ବିଷ ।


ଧମନୀର ରକ୍ତ ବୁଝିତ ପାରେନା ରକ୍ତ ସମ୍ପର୍କର ମାୟା

ଧିରେ ଧିରେ ସେହି ମାୟାଧାରୀ ଗଣ ଦେଖାନ୍ତି ପୂର୍ଣ୍ଣକାୟା

ବିଶ୍ୱାସ ରାସ୍ତାରୁ ବହୁଦୂରେ ଥାଇ ଫୁଟାନ୍ତି ହସ

ସ୍ବାର୍ଥ ସାଧନାରେ ପିଇପାରେ ନର ଉତ୍କଟ ବିଷ ।


ଅଭିସନ୍ଧି ରକ୍ତ କରିପାରେ ତା'ର ରକ୍ତକୁ ପର

ପରଜୀବୀ କେବେ କହିକି ପାରିଛି କା'ରେ ନିଜର

ହିଂସ୍ର ପରାଏ ଝୁଣି ସେ ଶୋଷଇ ରକତ ମାଂସ 

ସ୍ବାର୍ଥ ସାଧନାରେ ପିଇପାରେ ନର ଉତ୍କଟ ବିଷ ।


ମିଛ ସମ୍ପର୍କ ରାଗ ଅନୁରାଗ ଲାଗେ ମହଙ୍ଗା

ସ୍ବାର୍ଥ ସାଧନେ ଆପଣା ବି ପର କାଗଜଡଙ୍ଗା

ଆତ୍ମବଡିମା ଦାୟଦ ର ମୂଲ୍ୟ ଲାଗେ ହସ

ସ୍ବାର୍ଥ ସାଧନେ ପିଇପାରେ ନର ଉତ୍କଟ ବିଷ ।


ବାହାନା ଭିତରେ ସମ୍ପର୍କ ଗଢେ ଏଇ ମଣିଷ

ପଛରେ ହାରାମୀ ଆଗରେ ହେ ରାମ ଉଚ୍ଛ୍ବାସ

ବାପମାଆ ତାଙ୍କ ହ୍ବନ୍ତି ତିରସ୍କାର ଅଲୋଡ଼ା ମଣିଷ 

ସ୍ବାର୍ଥ ସାଧନେ ପିଇପାରେ ନର ଉତ୍କଟ ବିଷ ।


ସବୁଦିନ ନୁହଁ ଚାନ୍ଦିନୀ ରାତି ତୁମ ପାଇଁ

ସମୟ ଜବାବ ଅବଶ୍ୟ ମାଗିବ ଯିବ ନଇଁ 

ଅସହାୟ ତୁମେ ଦୟାର ପାତ୍ର ଅମଣିଷ 

ସ୍ବାର୍ଥ ସାଧନେ ପିଇପାରେ ନର ଉତ୍କଟ ବିଷ । 


କାଗଜଡଙ୍ଗାରେ ପ୍ରେମ ତୋର ଥିଲା ଚିର ଶାଶ୍ବତ

ବିଭୁ ପ୍ରେମ ପ୍ରତି ଏ ଜୀବନ ମୋର ସମର୍ପିତ

ଦୂରୁ ଜୁହାର ହେ କଳୁଷିତ ପ୍ରାଣ ଅମଣିଷ

ସ୍ବାର୍ଥ ସାଧନେ ପିଇପାରେ ନର ଉତ୍କଟ ବିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational