STORYMIRROR

Panchanan Jena

Romance

4  

Panchanan Jena

Romance

'କ'ଣ ବା କହିବି?

'କ'ଣ ବା କହିବି?

1 min
361


ନଇଁ ନଇଁ ଆସିଲେ ସଞ୍ଜ ମୌନାବତୀ

ଗୋଟେ ପରେ ଗୋଟେ ତାରାମାନେ

ଲଗାନ୍ତି ସଞ୍ଜବତୀ

ଅନନ୍ତ ଆକାଶିଆ ସାମିଆନାଟିକୁ

ସଜାନ୍ତି ଚୁନି ବଲ୍‌ବ ପରି ଅସରନ୍ତି

କ'ଣ ବା କହିବି

ତୁମେ ଧସେଇ ପଶିଆସ

ତୁମ ହସିଲା ପୁରିଲା ମୁହଁଟା କହିଉଠେ

ସଂଜୁଆ ବେଳରେ ହେବାକୁ ବଦମାସ ।


ଶର୍ବରୀ ଯୌବନ ରଙ୍ଗ ମାଖି ରଙ୍ଗବତୀ

ରାତ୍ରୀର ବୟସ ଚୋଷି ଚାଖି ରୂପବତୀ

 ପଲଙ୍କ ଟା ଖଡେଇ ଦେଖେ 

ସାହିର ବୁଲା କୁକୁରଟା ଭୁକେ 

ବେଙ୍ଗଲି ଧାନ ଟ୍ରକ୍ ଟା ଚଢିଗଲା ଭୁଲ୍ କେ

କ'ଣ ବା କହିବି

ତୁମେ ଧସେଇ ପଶିଆସ

ତୁମ ମହମହ ଅମ୍ବର ସୁବାସ କହିଉଠେ

ରଚିବାକୁ ରାତ୍ରିର ଅଙ୍କରେ ସହବାସ ।


ରାତ୍ରୀର ଅନ୍ତିମ ପ୍ରହର ଆସନ୍ନ

ଝରକା ଫାଙ୍କରେ ଉଙ୍କିମାରେ ମଲାଜହ୍

ତାରା ଖଚିତ ଆକାଶ ଅଗଣା ଲାଗିଲାଣି ଶୂନଶାନ

ସଂଧ୍ୟାରୁ ଖେଳୁଛନ୍ତି ଅବିରତ

ଥକି ଗଲେଣି ମା' ଡାକିଲେଣି ତୁରନ୍ତ

ଆତୁର ହେଲେଣି ଫେରିବାକୁ 

ସିନ୍ଦୁରା ଫାଟିବା ଆଗରୁ ଅବସନ୍ନ 

କ'ଣ ବା କହିବି

ତୁମେ ଧସେଇ ପଶିଆସ

ତୁମ ମୁକୁଳା ଆଲୁଳାୟିତ କୁନ୍ତଳା କହିଉଠେ

ବ୍ରାହ୍ମ ମୁହୁର୍ତ୍ତିରେ ଅଙ୍ଗେ ଅଙ୍ଗେ ପ୍ରଫୁଲ୍ଲ ପ୍ରବାସ ।


ଦିନମଣି ଆସିବାକୁ ଉଦ୍ୟମ ଉଦ୍ୟତ

ସମୀରଣ ଧାଏଁ ଛୁଇଁ ଦେହ ଦେହାତୀତ

ଫୁଲେ ଫୁଲେ ହସ ଖୁସି ଜୀବନ ଇଂଗିତ

ମନେ ମନେ ଖେଳିଯାଏ ଅମୃତ ଚରଣାମୃତ

କ'ଣ ବା କହିବି

ତୁମେ ଧସେଇ ପଶିଆସ

ତୁମ ସଦ୍ୟସ୍ନାତା ପଦ୍ମଗନ୍ଧା ଦେହ କହିଉଠେ

ପାହାନ୍ତିଆ ପ୍ରଭାତରେ ଛୁଇଁବାକୁ ପ୍ରୟାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance