Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଜୟ ଶ୍ରୀରାମ

ଜୟ ଶ୍ରୀରାମ

1 min
6


ଜୟ ଶ୍ରୀରାମ ଶ୍ରୀ ପୁରୁଷୋତ୍ତମ

ଉଛୁଳି ପଡଇ ଆଜି 

ଅଯୋଧ୍ୟା ଧାମ ।


ଆହା କେଡ଼େ ସୁନ୍ଦର

ପ୍ରଭୁଙ୍କର ମନ୍ଦିର

ସରଗ ସୁଷମା ମୋହି ନେଉଛି ମନ

ରାମଲାଲା ଙ୍କୁ ଦେଖି

ପବିତ୍ର ହୁଏ ଆଖି

ରାଜିବ ଲୋଚନ ରାମ ପାଦେ ପ୍ରଣାମ ।


ପ୍ରଭୁଙ୍କ ପ୍ରିୟ ଭକ୍ତ

ବେଢ଼ାରେ ସମବେତ

କରୁଛନ୍ତି ପ୍ରଭୁଙ୍କର ମହିମା ଗାନ

ସେ ଅହଲ୍ୟା ଶବରୀ

ନିଶାଦ ରାଜା ପୁଣି

ହନୁମାନ ଜପୁଛନ୍ତି ପ୍ରଭୁଙ୍କ ନାମ ।


ବିଶ୍ଵାମିତ୍ର ବଶିଷ୍ଠ

ବାଲମିକ ଅଗସ୍ତ୍ୟ

ଋଷି ମାନଙ୍କର ମୂର୍ତ୍ତୀ ତହିଁ ସ୍ଥାପନ 

ଭଗବତୀ ଗଣେଶ 

ସୂର୍ଯ୍ୟ ପୁଣି ମହେଶ

ମନ୍ଦିର ତାଙ୍କର ସତେ କି ଅନୁପମ ।


ବେଢା ରେ ସୀତା କୂପ

ଅଛି ପାଞ୍ଚ ମଣ୍ଡପ 

ମନ୍ଦିର ର ସ୍ତମ୍ଭ ରାଜି କିଣଇ ମନ

 କାହିଁ କେତେ ଯୁଗର

ଥିଲା ଶିବ ମନ୍ଦିର 

ନୂଆ ରୂପେ ଝଟକଇ ତା ଶୋଭା ଜାଣ ।


ମନ୍ଦିର ପରିକ୍ରମା

ଅପୂର୍ବ ସେ ସୁଷମା

ବଇକୁଣ୍ଠ ପରି ଲାଗେ ସେ ଦିବ୍ୟ ଧାମ

ପ୍ରଭୁଙ୍କ ପାଦେ ଅଳି

ଦିଅ ଆଶିଷ ଢାଳି

ତୁମରି ଆଶିଷେ ହସୁ ଜଗତ ତୁମ ।



Rate this content
Log in

Similar oriya poem from Abstract