Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
220



ଜୟ ଜୟ ଦୁର୍ଗା ମା ଗୋ ଦୁର୍ଗତି ନାଶିନୀ ।

ଜୟ ଜୟ ଦୁର୍ଗା ମା ଗୋ ଝଙ୍କଡ ବାସିନୀ।


ଜୟ ଜୟ ଦୁର୍ଗା ମା ଗୋ ସଙ୍କଟ ତାରିଣୀ ।

ଜୟ ଜୟ ଦୁର୍ଗା ମା ଗୋ କଳୁଷ ହାରିଣୀ ।


ଜୟ ଜୟ ଦୁର୍ଗା ମା ଗୋ ଶଙ୍କର ଘରଣୀ ।

ଜୟ ଜୟ ଦୁର୍ଗା ମା ଗୋ ମଙ୍ଗଳ କାରିଣୀ।


ଜୟ ଜୟ ଦୁର୍ଗା ମା ଗୋ ଆଦ୍ଯା କାତ୍ୟାୟିନୀ।

ଜୟ ଜୟ ଦୁର୍ଗା ମା ଗୋ ସର୍ବାର୍ଥ ସାଧିନୀ ।


ଜୟ ଜୟ ଦୁର୍ଗା ମା ଗୋ ଶରଣ ରକ୍ଷଣୀ ।

ଜୟ ଜୟ ଦୁର୍ଗା ମା ଗୋ ଜୟ ନାରାୟଣୀ ।


ଆଶ୍ୱିନ ମାସରେ ମାତ ନିଜେ ଅବତରି ।

ମହିଷାସୁର ମର୍ଦ୍ଦିନୀ ମହିଷା ସଂହାରୀ ।


ଦେବଙ୍କ କାର୍ଯ୍ୟ ସାଧନ କଲ ଅବହେଳେ ।

ଦେବ ମୁନି ଋଷିଙ୍କୁ ରଖିଲ ଏ ଶୟଳେ ।


ପୀଠେ ପୀଠେ ପୂଜା ପାଅ ମାତ ପୀଠେଶ୍ୱରୀ।

ଅଷ୍ଟକୀଳା ରୂପେ ମାତ ରହିଛ ଆବୋରି ।


ଧନ ଜନ ଗୋପ ଲକ୍ଷ୍ମୀ ସର୍ବ ବରପ୍ରଦା ।

ତୁମ ପୂଜା ଫଳେ ଭକ୍ତ ଲଭଇ ସର୍ବଦା ।


କୃପାମୟୀ କୃପା ଅକୂପାର ଲଭି ତୋର ।

ସକଳ ଜଗତ ଜନ ହୁଅନ୍ତୁ ଉଦ୍ଧାର ।



Rate this content
Log in

Similar oriya poem from Abstract