Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Abstract Classics Inspirational

3  

Anuja Behera

Abstract Classics Inspirational

ଜୟ ଜଗନ୍ନାଥ ଭାଗ ---- ୭

ଜୟ ଜଗନ୍ନାଥ ଭାଗ ---- ୭

1 min
138


ତୁମେ ହିଁ......


ତୁମେ ବଂଶିଧର ହେ ନଟ ନାଗର ତୁମେ ହିଁ ଜଗତ ସ୍ବାମୀ

ଅଣାକାର ରୂପେ ଅଣସୂତ୍ର ମଧ୍ୟେ ତୁମେ ହିଁ ଅନ୍ତର୍ଯ୍ୟାମୀ


ତୁମେ ହିଁ ପୁରାଣ ଗୀତା ଭାଗବତ ତୁମେ ହିଁ ସଂସାର ସାର

ତୁମେ ହିଁ ତ୍ରେତୟା ତୁମେ ହିଁ ଦ୍ଵାପର ତୁମେ ହିଁ କଳି ଆଧାର


ତୁମେ ହିଁ ପ୍ରଶ୍ନ ତୁମେ ହିଁ ଉତ୍ତର ତୁମେ ହିଁ ସର୍ବେଶ୍ଵର

ଯଶ ପଉରଷ ଆନନ୍ଦ ଉଲ୍ଲାସ ନିମିଷକେ ଦେଇ ପାର


ତୁମେ ହିଁ ଅବ୍ୟକ୍ତ ତୁମେ ପୁଣି ବ୍ୟକ୍ତ ବିସ୍ମୟ ତୋ ବ୍ୟତିକ୍ରମ

ତୁମେ ହିଁ ସ୍ବର୍ଗ ତୁମେ ହିଁ ନର୍କ ତୁମେ ହିଁ ବୈକୁଣ୍ଠ ଧାମ


ତୁମେ ହିଁ ପଥ ତୁମେ ହିଁ ରଥ ତୁମେ ହିଁ ରଥ ସାରଥୀ

ତୁମେ ହିଁ ଯୁଦ୍ଧ ତୁମେ ହିଁ ଯୋଦ୍ଧା ତୁମେ ହିଁ ବିଜୟ ତାତି


ତୁମେ ହିଁ ସୃଷ୍ଟି ତୁମେ ହିଁ ସ୍ରଷ୍ଟା ତୁମେ ହିଁ ଶ୍ରେଷ୍ଠ ଜଗତ 

ତୁମେ ହିଁ ସୂକ୍ଷ୍ମ ତୁମେ ବିରାଟ ତୁମେ ହିଁ ଜଗତ ନାଥ


ତୁମେ ହିଁ ଜନ୍ମ ତୁମେ ହିଁ ମୃତ୍ୟୁ ତୁମେ ହିଁ ସଂସାର ତୃପ୍ତି

ତୁମେ ହିଁ ଯୁକ୍ତି ତୁମେ ହିଁ ମୁକ୍ତି ତୁମେ ହିଁ ପରମ ପ୍ରାପ୍ତି


ତୁମେ ହିଁ ଜ୍ଞାନ ତୁମେ ବିଜ୍ଞାନ ତୁମେ ହିଁ ଭବ ସାଗର

ତୁମେ ହିଁ କାଳିଆ ଚକାଡୋଳିଆ ତୁମେ ହିଁ କଳା ଠାକୁର।


Rate this content
Log in

Similar oriya poem from Abstract