Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Abstract Classics

4  

Anuja Behera

Abstract Classics

ଜୟ ଜଗନ୍ନାଥ  (ଭାଗ -- ୨)

ଜୟ ଜଗନ୍ନାଥ  (ଭାଗ -- ୨)

1 min
292



ମର୍ତ୍ତ୍ୟେ ଦେହଧାରୀ ଏ ଦେହ ବହିଛି

ଦୁନିଆ ସାରାର ରୋଗ

ତୁମ ଠାରେ ପ୍ରଭୁ ବିଳାସ ବ୍ୟଞ୍ଜନ

ଷାଠିଏ ପଉଟି ଭୋଗ ।


ଛପନ ପ୍ରକାର ବସି ଖାଉଅଛ

ନି...ତି ଅଭଢା ଅର୍ଣ୍ଣ

ପରସ୍ତ ପରସ୍ତ ଛିଡି ଛିଡି ଯାଏ

ମୋ ଦେହ ଶରୀରି ବର୍ଣ୍ଣ ।


ଦୁନିଆ ଜହର ଲାଗେ ଏକାକାର

ତୋ ଠାରେ ସାରା ସଂସାର

ଶ୍ରୀମନ୍ଦିର ତୋ ବାସ ଭବନରେ

ମୋ ଘର ଚାଳ ଛପର ।


ତୁ ନାଥ ବସିଛୁ ରତ୍ନ ସିଂହାସନେ

ଉଡ଼ାଇ ପତିତ ବାନା

ଦରିଦ୍ର ଜୀବନ ପାଇଛି ବୋଲି ମୁଁ

କାହିଁ କରୁ ହୀନମନା ।


ଜୀବନ ମରଣ ତୋ ଠାରେ ଶରଣ

ନାହିଁ ଆଉ ଅନ୍ୟ ଗତି

ରଖିଲେ ରଖିବୁ ନୋହିଲେ ମାରିବୁ

ତୋ ଠାରେ ରହୁ ମୋ ମତି ।।



Rate this content
Log in

Similar oriya poem from Abstract