STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଜୟ ବଜରଙ୍ଗୀ

ଜୟ ବଜରଙ୍ଗୀ

1 min
195

ସତ୍ୟ ଶାନ୍ତି ଭକ୍ତି ରାମ ନାମେ ମତି

  ସେବା ଧର୍ମ ଯାର ନୀତି

କପଟତା ହୀନ ସାଧୁତା ଜୀବନ

  ବଜରଙ୍ଗୀ ଦେବେ ମୁକ୍ତିll


ଶ୍ରୀରାମ ଶ୍ରୀରାମ ଜପ ସଦା ରାମ

  ବଜରଙ୍ଗୀ ହେବେ ସାହା

ରାମ ନାମେ ଶକ୍ତି ଅମୃତର ପ୍ରାପ୍ତି

  ଅଂହକାର କର ସ୍ୱାହା ll


ଜଗତେ ଅମର  ଜ୍ଞାନର ସାଗର

   ମହାବୀର ହନୁମାନ

ଦିଅ ପ୍ରଭୁ ଶକ୍ତି ସଦଜ୍ଞାନ ଶାନ୍ତି

   ତୁମ୍ଭ ପାଦେ ନିବେଦନ ll


ନିରୀହ ଜନତା ନିଷ୍ପେସିତ ସଦା

  ବଜରଙ୍ଗୀ ବାରେ ଦେଖ

କ୍ରୂରତା ହଟାଇ ମୈତ୍ରୀକୁ ପ୍ରସାରି

  ଦିଅ ପ୍ରଭୁ ଟିକେ ସୁଖ ll


ସତ୍ୟର ପୂଜାରୀ ମଙ୍ଗଳର କାରୀ

   ଧନ୍ୟ ପବନ କୁମର

ଦିଅ ଭକ୍ତି ବୀର ହୃଦୟେ ମୋହର

   ତୁମ ନାମ ଜପିବାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational