STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଜୟ ଭାରତ ବର୍ଷ

ଜୟ ଭାରତ ବର୍ଷ

1 min
205

ତିନି ରଙ୍ଗରେ ରଙ୍ଗେଇ ହୋଇ

ହସୁଛି ଆମ ଦେଶ

ସବୁରି ଓଠେ ସବୁରି କଣ୍ଠେ

ଜୟ ଭାରତ ବର୍ଷ।


ଅତୀତ କଥା ମନେ ପକେଇ

ଶପଥ ନେଉ ଆଜି

ଶାନ୍ତି ପ୍ରଗତି ରଥ‌ ବାହିବୁ 

ସାରଥୀ ଆମେ ସାଜି

ଶୁଖିଲା ଓଠେ ମାଖିବୁ ଆମେ

ମମତା ବୋଳା ହସ

ଜୟ ଭାରତ ବର୍ଷ ।


ଲେଖୁଛୁ ଆମେ ନୂଆ କାହାଣୀ

ଚକିତ ହୁଏ ଧରା

ସପନ ଭରେ ପାଣି ପବନ

ମାଆ ମୋ ଦିଶେ ତୋରା 

ସଫଳତାର ସୋପାନ ଚଢ଼ି

ରଖିଛୁ ତା'ର ଯଶ

ଜୟ ଭାରତ ବର୍ଷ ।


ସାରା ଜଗତ ମଉଡ଼ମଣି

ଆମରି ମାଟି ମାଆ

ଦୁର୍ଗତଙ୍କୁ ସେ ବିପଦ ବେଳେ

ହେଉଛି ଆଜି ସାହା

ବଇରୀ ମାନେ ମଥାକୁ ପାତି

ପାଦରେ ତା'ର ବସ

ଜୟ ଭାରତ ବର୍ଷ ।


ପୃଥିବୀ ଆଜି ସମସ୍ୟା ଘେରେ

ବଳେଇ ପଡେ ଚିନ୍ତା

ସମାଧାନର ବାଟ ବତାଇ

ଦେଶ ମୋ ବିଶ୍ବ ନେତା

ଆମ ସାଥିରେ ବନ୍ଧୁତା ପାଇଁ

ପାଗଳ ସବୁ ଦେଶ

ଜୟ ଭାରତ ବର୍ଷ ।



Rate this content
Log in

Similar oriya poem from Inspirational