STORYMIRROR

Manaswini Dash

Tragedy Others Children

3  

Manaswini Dash

Tragedy Others Children

ଜରିଗୋଟାଳି

ଜରିଗୋଟାଳି

1 min
202

ନୂତନ ପ୍ରଭାତର ଅଭିନବ ସୂର୍ଯ୍ୟର ତେରେଛା କିରଣ 

ନିହାର ସିକ୍ତ ନୂତନ ପଲ୍ଲବରେ ବିସ୍ତାରି ଦେଇଛି ଆଲୋକର ଉତ୍ସବ 

ପ୍ରକୃତି ଉଠରେ ଫୁଟାଉଛି ହସର ନିର୍ଝର 

ସର୍ବତ୍ର ଯେମିତି ଆକାଶରୁ ଆଉଟା କିରଣରେ ଭିଜା ଶୋଭାର ହାଟ 

ମାତ୍ର ; ମୋ ହୃଦୟର ନିଭୃତ ଗଳିରେ ଅନ୍ଧାରର ବିଶାଳ ପୃଥିବୀ 

ଉଦରରେ ଅନେକ ଦିନର ସଂଚିତ ଭୋକର ଛପିଲା ବ୍ୟଥା 

ପରିବାରର ଛାତିଫଟା କରୁଣ ଚିତ୍କାର ଆଉ ଆଖିର ଲୁହର ଅନୁରୋଧ 

ସବୁକିଛି ଯେମିତି ଟାଣି ନଉଛି ଅଳିଆ ଗଦା ଆଡକୁ 

ଯାହାର ଅଦେଖା ଆକର୍ଷଣରେ ମାଡିଚାଲିଛି ମୁଁ ନିଜ ଭଵିଷ୍ୟତକୁ ଆବିଷ୍କାର କରିବାକୁ 

ଅବାଂଛିତ ଜରିର କୁଢ଼ କୁଢ଼ ଗାଦିରୁ ଖୋଜିପାଇଛି ଜୀବନର ରାହା 

ପୁସ୍ତକର ବସ୍ତାନି ଜାଗାରେ ବିନା ପ୍ରତିବାଦରେ ଆଦରି ନେଇଛି ଜରି ବସ୍ତାକୁ 

ମୋ ପାଇଁ ସୁନେଲି ସ୍ୱପ୍ନର ଅର୍ଥ କିଛି ନାହିଁ 

ତଥାପି ଏ ଅଭିଶପ୍ତ ଜୀବନର ଖଣ୍ଡିତ କୋଣାର୍କରେ ଦେଖିଛି ଜୀବନକୁ ଜିଁବାର ସ୍ବପ୍ନ 

ଜାରିଗୋଟାଳି ହେଲେବି ମସ୍ତକେ ଲଦା ଭୋକର ଅଗ୍ନିକୁ ନିର୍ବାପିତ କରିବାର ଅପରାଜିତ ସଂଗ୍ରାମ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy