STORYMIRROR

susmita mohapatra

Inspirational

3  

susmita mohapatra

Inspirational

ଜରଦଗବ

ଜରଦଗବ

1 min
11.7K

ଜଳ ସ୍ଥଳ ଆକାଶ

ସବୁ ଆଜି ନିରବ,

ସତେ ଅବା ପକ୍ଷ ମେଲି

ଛକି ବସିଛି ଜରଦଗବ l

ଗାଁ'ରୁ ସହର, ଦେଶରୁ ବିଦେଶ,

ସୁନ୍ଦର ସମଗ୍ର ପରିବେଶ l

ବିଲ, ପାଟ, ତୋଟା, ମାଳ,

ସବୁ ସତେଜ ଶ୍ୟାମଳ l

ବନଭୂମି ଖାଁ ଖାଁ,

ଜନ୍ତୁ ଜୀବ ନଗ୍ର ମୁହାଁ l

ଏଇ ଏବେ ଏବେ ଯେମିତି ତାଙ୍କରି ପାଇଁ

ହଟିଛି ସାରା କଟକଣା,

କୋରନା ଭୂତାଣୁ କି ତାଲାବନ୍ଦ କଥା

ତାଙ୍କୁ କିବା ଜଣା,

ଯେଉଁଥିପାଇଁ ସାରା ଜଗତ

ମୁଖେ ଆଜି ତୁଣ୍ଡି,,

କୃଷକ, ଶ୍ରମିକ, ଦିନ ମଜୁରିଆ,

ସଭିଏଁ ନାଚାର ବାଟବଣା l


Rate this content
Log in

Similar oriya poem from Inspirational