STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଜୋକର

ଜୋକର

1 min
12K


 ସବୁରି ମନରେ ଖୁସି ଭରିଦିଏ

 ହସର ସେ ସୌଦାଗର

 ନ ହସିଲା ଓଠ ହସେ ତାକୁ ଦେଖି

 ଜୋକର ସିଏ ଜୋକର


 ଅଦଭୁତ ତାର ବେଶଭୂଷା ସିଏ

 ବିଚିତ୍ର ଚରିତ୍ର ଟିଏ

 ତା ଚାହାଣୀ ତାର ଠାଣିରେ ସଭିଙ୍କ

 ମନକୁ ସେ ମୋହିନିଏ


 ମନଖୋଲା ହସ ସବୁଠୁ ମହଙ୍ଗା

 ମହଙ୍ଗା ତ ହସଖୁସି

 ହସ ନାହିଁ ବୋଲି ମଣିଷ ଓଠରେ,

 ରୋଗ ଖାଏ ପ୍ରାଣ ଶୋଷି


  ହସେଇ ହସେଇ ଜୋକର କୁହଇ

  ଏ ସ°ସାର ଖେଳଘର

  ଦିଦିନ ପାଇଁକି ଅଭିନୟ ଆମ

  ଆମେ ସବୁ କଳାକାର


  ମୋର ମୋର କହି ଆବୋରୁଛେ ସବୁ

  ଖାଲି ହାତେ ଯିବା ଚାଲି

  ଯେତେବି ନିଜର ଯେତେ ଆପଣାର

  ସବୁ ଯିବେ କାଲି ଭୁଲି


  ସେହି ଲୋକ ଯିଏ ହସ ଭରିଦିଏ 

   ମିଠା ମିଠା କଥା କହି

  ତା ଅବର୍ତ୍ତମାନରେ ତା ଚର୍ଚ୍ଚା ସବୁଠି

   ରହେ ସେ ଅଭୁଲା ହୋଇ


  ଆସ ଭାଇ ଆସ ଭୁଲି ରାଗ ରୋଷ

  ହସ ମନ ଖୋଲା ହସ

  ବେଶି ହସୁଥିଲେ ବଢଇ ଆୟୁଷ

   ଭଗାରୀ ହୁଅଇ ବଶ


  ଜୋକର ର ଏଇ ଛୋଟିଆ ସନ୍ଦେଶ

  ମନରେ ପାରିଲେ ହେଜି

  ଜୀବନ ଯାତନା ଅପସରି ଯିବ

  ହସ ରେ ପାରିଲେ ଭିଜି

   

  

  

 

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational