ଜ୍ଞାନୀ ର ଜ୍ଞାନ ଭଣ୍ଡାର
ଜ୍ଞାନୀ ର ଜ୍ଞାନ ଭଣ୍ଡାର
ବହି, ଡିକ୍ସନାରୀ, ଗାଇଡ୍, ନୋଟ୍ ବୁକ୍
ସବୁ ଦରକାର, ପାଠ ପଢା ହେବ
ଟିଉସନ୍ ବି ଚାଲୁ ରହିବ
ସେପଟେ ଅନଲାଇନ୍ କ୍ଲାସ୍
ମଝିରେ ମଝିରେ ଗୁଗୁଲ୍ ସର୍ଚ୍ଚ
ସହଜରେ ଉପଲବ୍ଧ ବୋଲି ଡିମାଣ୍ଡ
ଗୋଟିଏ ପ୍ରଶ୍ନର ଅନେକ ଉତ୍ତର
ଭିନ୍ନ ଭିନ୍ନ ତରିକାରେ
କେବଳ ମନେ ରଖିଲେ ହେଲା
ସରଳ ଭାଷାରେ ମୁଖସ୍ଥ
ଗୁଗୁଲ୍ ଯୁଗୋପଯୋଗି
ଜ୍ଞାନ ଆହରଣର ପ୍ରକୃଷ୍ଟ ମାଧ୍ୟମ
ଅନ୍ୟ ମୁଖରୁ ଶୁଣିଲେ ବି,ସନ୍ଦେହ
ଠିକ୍ ହୋଇ ନ ଥାଇ ପରେ !!!
କନଫର୍ମ ପାଇଁ ଗୁଗୁଲ୍ଲ୍ ସର୍ଚ୍ଚ
ଚଳନ୍ତି ଘଟଣା ସହିତ,ପ୍ରାସଙ୍ଗିକ ତଥ୍ୟ
ଶିକ୍ଷାର୍ଥୀ ଓ ଯୁବ ପୀଢ଼ିଙ୍କ ଜୀବନ
ଗୁଗୁଲ୍ଳ ହେଉଛି ଜ୍ଞାନର ଗନ୍ତା ଘର
ଜ୍ଞାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ
ଗୋଟିଏ ପଏଣ୍ଟରେ ସବୁ ବିଷୟରେ ଜ୍ଞାନ
ସହଜ ଓ ସରଳ ଜ୍ଞାନ ଭଣ୍ଡାର
ସର୍ଚ୍ଚ କର କିମ୍ବା ଗୁଗୁଳ୍ଳ୍ ଆସିଷ୍ଟାଣ୍ଟକୁ ପଚାର
ଉତ୍ତର ମିଳିଯିବ,ଗୋଟିଏ ମୁହୂର୍ତ୍ତରେ
ପାଠୁଆ ପିଲାଙ୍କ ପ୍ରଥମ ପସନ୍ଦ
ମନୋରଞ୍ଜନର ଖୋରାକ ବି ଅଛି
ସବୁ ବର୍ଗର ସନ୍ଧାନୀଙ୍କ ପାଇଁ
ସ୍ମାର୍ଟ୍ ଫୋନ୍, ଗୁଗୁଲ୍ଲ୍,ସୋସିଆଲ ମିଡିଆ
ପରଷ୍ପର ନିକଟରେ ,ଭାରି ବଢିଆ
ଭଲ କଥା ଜାଣିବାକୁ ପ୍ରବଳ ଆଗ୍ରହ
ସତ, ଶିକ୍ଷଣୀୟ କଥା କମ୍
ଏଣୁ ତେଣୁ କଥାର ଖୋଳତାଡ଼ ବେଶି
ଆଗରୁ ଟିଭି କୁ ଇଡିଅଟ୍ ବକ୍ସ
ଏବେ ସ୍ମାର୍ଟ୍ ଫୋନ୍ କୁ କଣ କହିଲେ ଠିକ୍ ହେବ!!
କାର୍ଟୁନ୍, ଗେମ୍ ଓ ଭିଡିଓ ଦେଖିବା
ଆଜିକାଲିର ପିଲାଙ୍କ ହବୀ
ସାଧାରଣ ଜ୍ଞାନ ଘର ଶୁନ
ପୁରାଣ ସମ୍ବନ୍ଧୀୟ କଥା ନ କହିଲେ ଭଲ
ଇଂଲିଶ ଲେଟର
ସହାୟତାରେ ମାତୃଭାଷା ଲେଖା
କହିବା ବେଳେ ଭୁଲ୍ ବାରି ହେଉ ବା ନ ହେଉ
ପ୍ରାୟ ସ୍ପେଲିଂ ଭୁଲ୍ ଲେଖିବାରେ
ଭାଷା ର ବିକୃତ ରୂପ ସହିତ
ମେସେଜ ଦିଆନିଆ ଚାଲିଛି
ପିଲାଙ୍କ ପିଲାଦିନର ଖେଳ
ଘର ଭିତରେ,ସ୍ମାର୍ଟ ଫୋନ୍ ସହିତ
ପ୍ରାପ୍ତ ବୟସ୍କଙ୍କ କଥା ନ କହିଲେ ଭଲ
ଆଉ କଣ ହେବ ବ୍ୟାୟାମ
କେତେ ପ୍ରକାର ଆସନ, ଯୋଗାସନ
ଦେଖି ଦେଖି କ୍ଳାନ୍ତ,ଆଖିରୁ ଆଲୁଅ କମୁଛି
ସିନେମା ହଲ୍ କୁ ଯିବା କଣ ଦରକାର
ନୂଆ ସିନେମା ତ ଘରେ ସ୍ମାର୍ଟ୍ ଫୋନ୍ ରେ
ସପିଙ୍ଗ, ମାର୍କେଟିଂ ଓ ଦୋକାନ ବଜାର
ସବୁ କିଛି ଘରେ , ଅନଲାଇନ ରେ
ବ୍ୟାଙ୍କ କାମ ବି ଆରାମରେ
ଡାଟା ଥାଇ ନେଟ୍ ରହିଲେ ହେଲା
ଆଇ ଗପର ଆଉ ଯମାନା ନାହିଁ
ଫୋନ୍ ଖୋଲିଲେ ଗପ ପେଢ଼ି ପେଢି
ପିଲା ନ ଖାଇଲେ ଆଉ କାଉ ଡାକିବା ବନ୍ଦ
କାର୍ଟୁନ୍ ଦେଖାଇ ଦେଲେ ,ଭଲରେ ଢୋକୁଛି
ବହି, ଡିକ୍ସନାରୀ, କାଲକୁଲେଟର୍ କିଣା ହେଉଛି
ଘରେ ସଜେଇ ହୋଇ ରହୁଛି
ଗୁଗୁଲ୍ କୁ ସର୍ଚ୍ଚ କରି ,ପଚାରି ଉତ୍ତର ମିଳୁଛି
ଏହା ସତ ଯେ, ସ୍ମାର୍ଟ ଫୋନ୍ ପାୱାର ଫୁଲ୍
ଏବେ ହାତ ମୁଠାରେ
ହେଲେ ଭଲ ନିଦ ହେଉନି
ଆଖିରେ ଯନ୍ତ୍ରଣା,ଚଷମା ବି ଆବଶ୍ୟକ
ଖୁସିର କଥା,ସବୁ କାମ ବିନା ସାଉଣ୍ଡରେ
ଘଣ୍ଟା,କ୍ୟାମେରା,ଟର୍ଚ୍ଚ,ରେଡିଓ ଦରକାର ନାହିଁ
ଷ୍ଟୁଡିଓ, ମ୍ୟାପ୍ ଓ କ୍ୟାଲେଣ୍ଡର ବେପାର ମାନ୍ଦା
ଧନ୍ୟ ଜ୍ଞାନ ଗୁରୁ,ଧନ୍ୟ ତୁମର ମହିମା
ତୁମେ ପଥ ପ୍ରଦର୍ଶକ ,ଜ୍ଞାନ ବିତରଣକାରୀ
ଯେତେ ଗୁଣ ଅଛି,ତାର ନାହିଁ ପଟାନ୍ତର
ସବୁରି ପ୍ରିୟଭାଜନ,
ଟାଇମ୍ ପାସ୍ ର ଶ୍ରେଷ୍ଠ ସୋପାନ
ଜୟ ହେଉ,ତୁମ ଜ୍ଞାନ ତଥା ଜ୍ଞାନ ଭଣ୍ଡାରର !!